ହିନ୍ଦୁ ଏକତା ମଞ୍ଚ ଭାରତ ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନା ଏକ ପ୍ରେସ ବାର୍ତ୍ତା ଜରିଆରେ ପ୍ରକାଶ କରିଛନ୍ତି ଯେ
ସାମାଜିକ ଗଣ ମଧ୍ୟମରୁ ଆମେ କିଛି ଦିନ ଧରି ଦେଖିବାକୁ ପାଉଥିଲୁ ଯେ ବଡ଼ଚଣା ଥାନାର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ବେହେରା ଅବୈଧ ଗୋଚାଲାଣ ବିରୁଧ୍ୟରେ କାମ କରୁଥିଲେ ଓ ଅନେକ ଗୋମାତା ଙ୍କୁ ଗୋ ମାଫିଆ ମାନଙ୍କ କବଳରୁ ଉଦ୍ଧାର କରି ସେମାନଙ୍କୁ ଗିରଫ କରୁଥିଲେ. ହଟାତ ତାଙ୍କର ବଦଳି ହୋଇଯିବା ଓ ଏ ଖବର ପ୍ରସାରିତ ହେବା ପରେ ପରେ ଶହ ଶହ ଗୋ ରକ୍ଷକ ଭାଇ ମାନେ ଥାନା ସମୁଖରେ ଅନଶନ ଓ ପ୍ରତିବାଦ କରିବା ଘଟଣା ଥାନା ଅଧିକାରିଣୀ ଙ୍କ ଗୋ ସୁରକ୍ଷା କଥାର ସତ୍ୟତା ଓ ସ୍ପଷ୍ଟତା ଜଣା ପଡିଥିଲା. ବଦଳି ର ଦିନେ ଦୁଇଦିନ ପରେ ପୁଣି ଗଣ ମାଧ୍ୟମରୁ ଜାଣିବାକୁ ପାଇଲୁ ଯେ ଥାନା ଅଧିକାରିଣୀଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଛି.। ଗୋ ରକ୍ଷକ ଭାଇ ମାନଙ୍କୁ ନିଲମ୍ବନ ର କାରଣ ପଚାରିବାରେ ସେମାନେ କହନ୍ତି ଯେ ଗୋ ମାଫିଆ ମାନେ ରାଜନେତା ମାନଙ୍କୁ ମୋଟା ଅଙ୍କରେ ଅର୍ଥ ଦେଇ ଥାନା ଅଧିକାରିଣୀଙ୍କ ନାଁ ରେ ମିଥ୍ୟା ଅଭିଯୋଗ ଆଧାରରେ ପୋଲିସ ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ତାଙ୍କୁ ବଦଳି ଓ ପରେ ପରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଗୋ ମାଫିଆ ମାନେ ଦେଖିଲେ ଯଦି ଥାନା ଅଧିକାରିଣୀ ଏଭଳି ଅବୈଧ ଗୋଚାଲାଣ ବିରୁଧ୍ୟରେ କାମ କରନ୍ତି ତାହେଲେ ସେମାନଙ୍କ ବେପାର ଠପ ହେଇଯିବ, ସେଥିପାଇଁ ସେମାନେ ଗୋଟିଏ ତିନିମାସ. ତଳର ଅଭିଯୋଗ କୁ ରାଜ ନେତା ମାଧ୍ୟମରେ ପୋଲିସ ପ୍ରଶାସନ ଙ୍କ ଦୃଷ୍ଟି କୁ ଆଣିବାରେ ତାଙ୍କ ବିରୁଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହିନ୍ଦୁ ଏକତା ମଞ୍ଚ ଭାରତ ର ସଭାପତି ଶ୍ରୀ ଜେନା ଜେନା ଦୃଢ଼ ଭାବରେ ଦାବୀ କରନ୍ତି ଯେ ଥାନା ଅଧିକାରିଣୀ ଙ୍କ ବିରୁଧ୍ୟରେ ଯଦି କିଛି ଠୋସ ପ୍ରମାଣ ଅଛି ଓ ଏହି ପ୍ରମାଣ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଛି ସେ ସମ୍ପର୍କରେ ତାଙ୍କର କିଛି କହିବାର ନାହିଁ ଆଉ ଯଦି ମିଥ୍ୟା ଅଭିଯୋଗରେ କିମ୍ବା ସତ୍ୟା ସତ୍ୟ ଉଦଘାଟନ କରାନ ଯାଇ ତାଙ୍କ ବିରୁଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ତାହେଲେ ହିନ୍ଦୁ ସଂଗଠନ କେବେ ନୀରବ ରହିବ ନାହିଁ। ଯଦି ବି ଅଭିଯୋଗ ର ସତ୍ୟତା ଥାଏ ତାହେଲେ ତୁରନ୍ତ ଥାନା ଅଧିକାରିଣୀଙ୍କ ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଉ. କାରଣ ସେ ଅବୈଧ ଗୋ ଚାଲାଣ ବିରୁଧ୍ୟରେ କାର୍ଯ୍ୟ କରି ହିନ୍ଦୁ ଧର୍ମ ଓ ସଂସ୍କୃତି ର ସୁରକ୍ଷା ଦେଉଥିଲେ। ଯଦି ତାଙ୍କ ବିରୁଧ୍ୟରେ ଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର ନ ହୁଏ ତାହେଲେ ଗୋ ମାଫିଆ ମାନେ ରାଜ୍ୟରେ ସକ୍ରିୟ ହେବେ ଓ ଅବାଧ ଗୋ ଚାଲାଣ କରାଯିବ..। ଅନ୍ୟ କୌଣସି ଥାନା ବାବୁ ମାନେ ଗୋ ଚାଲାଣ ବିରୁଧ୍ୟରେ କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ କାରଣ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହୋଇଛି ଯେ ଗୋ ଚାଲାଣ ବିରୁଧ୍ୟରେ କାମ କରୁଥିବାରୁ ଥାନା ଅଧିକାରିଣୀଙ୍କୁ ମିଥ୍ୟା ଅଭିଯୋଗ ରେ କାର୍ଯ୍ୟ ରୁ ବଦଳି ଓ ପରେ ପରେ ନିଲମ୍ବିତ କରାଯାଇଛି. ଏ ଘଟଣା ର ପ୍ରକୃତ ସତ୍ୟା ସତ୍ୟ ଜାଣିବା ପାଇଁ ଖୁବ ଶୀଘ୍ର ଗୋଟିଏ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଭାପତି ଶ୍ରୀ ଜେନା ଙ୍କ ଅଧକ୍ଷତାରେ ପୋଲିସ ମହାନିର୍ଦେଶକ ଓଡିଶା ଙ୍କୁ ଭେଟିବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀ ପତ୍ର ଦିଆଯିବାକୁ ସ୍ଥିର କରାଯାଇଛି ପୋଲିସ ପ୍ରଶାସନ ଯଦି ଏ ଘଟଣା ର. ଅଣ ଦେଖା କରନ୍ତି ତାହେଲେ ଆଗାମୀ ଦିନରେ ହିନ୍ଦୁ ଏକତା ମଞ୍ଚ ଭାରତ ସମସ୍ତ ଛୋଟ ବଡ଼ ହିନ୍ଦୁ ସଂଗଠନ ମାନଙ୍କୁ ସାଥିରେ ନେଇ ରାଜ ରାସ୍ତା କୁ ଓଲ୍ଲାଇବାକୁ ବାଧ୍ୟ ହେବ।
