ଭୁବନେଶ୍ବର ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ମାତ୍ର ୪ ମିନିଟ ଗୃହ ଚାଲିଲା। ମାନ୍ୟବର ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ବିଜେଡି ସାର ସଙ୍କଟ ନେଇ ହଟ୍ଟଗୋଳ ରୁ ଓହରିଲା ନାହିଁ। ସାଢେ଼ ଦଶଟାରେ ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ ନିଜ ନିଜ ସିଟରେ ରାଜ୍ୟରେ ଚାଲିଥିବା ସାର ଅଭାବ ବିଷୟରେ ଆଲୋଚନା ହେଉ ବୋଲି ଚାହୁଁ ଥିବା ବେଳେ ବିଜେଡି କିନ୍ତୁ ହୋ ହାଲ୍ଲା କରି ହାତରେ ପ୍ଲାକାର୍ଡ ଧରି ପୋଡ଼ିଆମ୍ ଆଡ଼କୁ ମାଡ଼ି ଚାଲିଲା।ଚାଷୀ ମାନେ କଳାବଜାରୀଙ୍କ ଠାରୁ ନିମ୍ନ ମାନର ସାର ଚଢ଼ା ରେଟରେ କିଣୁଥିବା ପରିପେଖିରେ ଏ ଅପାରଗ ସରକାର ଚାଷୀ ବିରୋଧୀ ସରକାର ହାଏ ହାଏ ମୁଖ୍ୟ ମନ୍ତ୍ରୀ ଡାଉନ୍ ଡାଉନ୍ ନାରା ଦେଇ ଗୃହର ମଧ୍ୟ ଭାଗକୁ ଆସି ହୋ ହଲା କରିବାରୁ ବାଧ୍ୟ ହୋଇ ବାଚସ୍ପତି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ। ପ୍ରଥମେ କଂଗ୍ରେସ ଦଳ ତରଫରୁ ରାଜ୍ୟରେ ସାର ସଙ୍କଟ ଚାଷୀ ହାହାକାର ସରକାର ବେଫିକର । ସାର ସଙ୍କଟ ପାଇଁ ମୁଲତବୀ ପ୍ରସ୍ତାବ ଆଣିଥିଲେ ଓ ବାଚସ୍ପତି ଗ୍ରହଣ କରିଥିଲେ।

କିନ୍ତୁ ବିଜେଡି ହଟ୍ଟ ଗୋଳ ଯୋଗୁଁ 12 ଟା ସମୟରେ ଆଲୋଚନା ହେବାକୁ ଥିବା ମୂଳତବି ପ୍ରସ୍ତାବ ଆଲୋଚନା ହେବାର୍ ସମ୍ଭାବନା ରହିଲା ନାହିଁ।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି
