ତା-୨୦-୦୯-୨୦୨୫ ରିଖ
ଶିଶୁ ଅନନ୍ତ ମହାବିଦ୍ୟାଳୟ ବାଲିପାଟଣା ର ପରିସରରେ ଅଧ୍ୟକ୍ଷା ଡକ୍ଟର ମଧୁମତି ରଥଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଏକ ପାଠଚକ୍ର ଆୟୋଜନ କରାଯାଇଥିଲା।ଏହି ପାଠଚକ୍ରକୁ ମୁଖ୍ୟ ବକ୍ତା ଓ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟ , ସତ୍ୟବାଦୀ, ପୁରୀର ଆଞ୍ଚଳିକ ଜନଜାତି ଭାଷା ଓ ଐତିହ୍ୟ ବିଭାଗର ମୁଖ୍ୟ ତଥା ଅଧ୍ୟକ୍ଷ ଏବଂ ସ୍ନାତକୋତ୍ତର ପରିଷଦ ଚେୟାର ମ୍ୟାନ ଭାବେ ଡକ୍ଟର ପ୍ରଦ୍ୟୁମ୍ନ କୁମାର ମିଶ୍ର ମହୋଦୟ ଉପସ୍ଥିତ ଥିଲେ।ବିଭାଗର ବରିଷ୍ଠ ଅଧ୍ୟାପିକା ଡକ୍ଟର ସୁଜାତା କୁମାରୀ ସାହୁ ସଂଯୋଜନା କରିଥିଲେ ଏହି କାର୍ଯ୍ୟକ୍ରମକୁ । ବିଭାଗୀୟା ମୁଖ୍ୟା ପ୍ରାଧ୍ୟାପିକା ଡକ୍ଟର ରଶ୍ମିତା ମହାପାତ୍ର ମାଡାମ ସଂପାନର ଆଭିମୁଖ୍ୟ

ପ୍ରଦାନ କରିଥିଲେ। ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଡକ୍ଟର ସସ୍ମିତା କୁମାରୀ ପାତ୍ର। ମୁଖ୍ୟ ବକ୍ତା ନିଜର ଓଜସ୍ୱିନୀ ବକ୍ତବ୍ୟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଜିଜ୍ଞାସାବୋଧକୁ ଦୂର କରିଥିଲେ।ଛାତ୍ରୀ ମୁସ୍କାନ ବେଗମ୍ ଓ ସ୍ମୃତିରେଖା ବେହେରା ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ।ବିଭାଗର ଅନ୍ୟତମ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପାଠଚକ୍ର ସଂପାନରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତି ଓ ସହଯୋଗରେ ବାର୍ଷିକ ପାଠଚକ୍ର ସଂପାନଟି ସାଫଲ୍ୟ ମଣ୍ଡିତ ହୋଇଥିଲା।
