ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଅଚଳାବସ୍ଥା ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଜୟପୁର ବିଧାୟକ କହିଛନ୍ତି, ଗୃହ ଅଚଳାବସ୍ଥା ଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି। ସହମତିରେ ବିଧାନସଭା ଚାଲିବା ପାଇଁ ରାସ୍ତା ବାହାର କରାଯିବା ଦରକାର। ଆଲୋଚନା କିପରି ଭାବରେ ନ ହେଉ ଉଭୟ ବିଜେଡି ଓ ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି।
ତାରା କହିଛନ୍ତି, ଗୃହ ଯଦି ଚାଲିବ। ଅନାସ୍ଥା ପ୍ରସ୍ତାବ ଯଦି ଗୃହୀତ ହେବ। ତାହେଲେ ଆଲୋଚନା ପାଇଁ ବାଧ୍ୟ ହେବେ। ବିଜେଡି ଯଦି ସହଯୋଗ କରିବ, ତାହେଲେ ଆଲୋଚନାକୁ ଯିବୁ। ଉଭୟ ବିଜେପି ଏବଂ ବିଜେଡି ଗାତରେ ପଡ଼ି ଯାଇଛନ୍ତି। ପୂର୍ବ ଅଧିବେଶନରେ ମହିଳା ପ୍ରସଙ୍ଗ ଉଠାଇଥିଲୁ। ବିଧାନସଭା କମିଟି ଚାହୁଁ ଥିଲୁ। ସେତେବେଳେ ଘଣ୍ଟ ବଜାଇ ଦାବି କରୁଥିଲୁ। ବାଚସ୍ପତି ଗୃହକୁ ବନ୍ଦ କରୁ ନଥିଲେ। ଏବେ ଗୋଟେ ମିନିଟ ଭିତରେ ବିଧାନସଭାକୁ ବନ୍ଦ କରି ଦେଉଛନ୍ତି। ଶାସକ ଦଳକୁ ବିଜେଡିର ସମ୍ପୂର୍ଣ୍ଣ ସହଯୋଗ ରହୁଛି। ସେଥିପାଇଁ ସେମାନେ ବିଧାନସଭା ବନ୍ଦ କରି ଦେଉଛନ୍ତି।
