ଭାରତୀୟ ରେଡକ୍ରସ୍ ସୋସାଇଟୀ ଓଡ଼ିଶା ରାଜ୍ୟଶାଖା ନିର୍ଦେଶ କ୍ରମେ ଏବଂ ଜିଲ୍ଲା ଯୁବ ରେଡକ୍ରସ ଅଧ୍ୟକ୍ଷ ତଥା ନବରଙ୍ଗପୁର ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଡି ଗୋବିନ୍ଦା ରାଓଙ୍କ ପରାମର୍ଶ କ୍ରମେ
ସ୍ଥାନୀୟ ଟିର୍ଲି ଆମ୍ବଗୁଡl ସ୍ଥିଥ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ନବରଙ୍ଗପୁରର ଜିଲ୍ଲା ଯୁବ ରେଡକ୍ରସର ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଅଛି l
ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଵିନୋଦ ବିହାରୀ ବେହେରା ଙ୍କ ଅଧ୍ୟକ୍ଷତlରେ ଆୟୋଜିତ ବୈଠକରେ ଜିଲ୍ଲା ଯୁବ ରେଡ କ୍ରସ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ହୋତା ,ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ଶ୍ରୀ ଅଖିଳ କୁମାର ଭଟ୍ଟ,ଅନୁଷ୍ଠାନର ଯୁବ ରେଡ୍ କ୍ରସ କାଉନସିଲର ଡ ସଂଯୁକ୍ତା ନାୟକ , ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା,ସଭ୍ୟ ବୀର କିଶୋର ଭୂୟାଁ, ରଞ୍ଜୁଲତା କହଁର ପ୍ରମୁଖ ଉପସ୍ଥିତ ଥିଲେ l
ପ୍ରତିବର୍ଷ ଭଳି ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ ଶିକ୍ଷା ଓ ତାଲିମ ଶିବିର ଆସନ୍ତା ନଭେମ୍ବର ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯନ୍ତ୍ୟ କରିବା ପାଇଁ ସ୍ଥିର କରାଯାଇଛି l ଏଥିରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶତାଧିକ ସ୍ବେଚ୍ଛାସେବୀ ଓ କାଉନସିଲର ଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ଶିବିର ସମ୍ପୂର୍ଣ୍ଣ ଭାବେ ଆବାସିକ ମୁଳକ ହେବ ଏବିଂ ଏଥିରେ ଯୁବ ରେଡ୍ କ୍ରସ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ସମ୍ୱଳ ପ୍ରଶିକ୍ଷକ ମାନେ ସ୍ୱେଛାସେବୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ବିଭିନ୍ନ ପ୍ରତିଯୋଗୀତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ପ୍ରକାଶ ଥାଉକି ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଉକ୍ତ ତାଲିମ ଶିବିର ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା l ବୈଠକ ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ବେହେରା ଆସନ୍ତା ତାଲିମ କାର୍ଯ୍ୟକ୍ରମର ସୂପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l
