ରାୟଗଡା, ୧୪ ଅକ୍ଟୋବର ୨୦୨୫:
ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ରାୟଗଡାଙ୍କ ଉଦ୍ୟମରେ ଆଜି ରାୟଗଡା ବ୍ଲକ୍ କନ୍ଫରେନ୍ସ ହଲ୍ରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୫ ଉତ୍ସବପୂର୍ବକ ଭାବେ ପାଳନ କରାଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅକ୍ଷୟ କୁମାର ଖାମୁଣ୍ଡୁ, CDO, ରାୟଗଡା ଓ ସମ୍ମାନିତ ଅତିଥିମାନେ ଭାବେ ଶ୍ରୀମତୀ ସରସ୍ୱତୀ ମାଝୀ (Zilla Parishad President), ଡ଼ା. ସରସ୍ୱତୀ ରାୟ (Principal, Autonomous College), ଶ୍ରୀମତୀ ଶାନ୍ତିଲତା ମୁଣି (ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ), ଶ୍ରୀମତୀ ମିନତି ଦେଓ (DSWO), ଶ୍ରୀମତୀ ଅହଲ୍ୟା ସୁନା (DPO), ଶ୍ରୀମତୀ ପ୍ରତିମା ରାଣୀ ଦାସ (PO-cum-PO), ଓ ଶ୍ରୀମତୀ ଶୈଳଜା ଦାସ (PO, Rayagada Sub-Division) ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍ର ICDS ପ୍ରକଳ୍ପ ଅଧୀନ ସିଡିପିଓ, ପୋଷଣ BCs, ଅଙ୍ଗନୱାଡ଼ି ସୁପରଭାଇଜର, କର୍ମୀ ଓ ହେଲ୍ପରମାନେ ସହିତ ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ। ସେପରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ମୁଖ୍ୟ ଅତିଥି ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, “ଜିଲ୍ଲାର କୌଣସି ମା’ ଓ ଶିଶୁ କୁପୋଷଣର ଶିକାର ହେବା ନାହିଁ” ଏହି ହେଉଛି ପୋଷଣ ମାସର ମୂଳ ଉଦ୍ଦେଶ୍ୟ। ସେ ସନ୍ତୁଳିତ ଓ ପୋଷଣଯୁକ୍ତ ଖାଦ୍ୟ ମାଧ୍ୟମରେ ସୁସ୍ଥ ସମାଜ ଗଠନର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କରିଥିଲେ।
ପ୍ରୋଜେକ୍ଟ ଅଫିସର-କମ୍-ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରତିମା ରାଣୀ ଦାସ ତାଙ୍କ ଭାଷଣରେ ସ୍ଥୂଳତା (Obesity) ଓ ଏହାର ସ୍ୱାସ୍ଥ୍ୟ ଓ ସମାଜ ଉପରେ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅସନ୍ତୁଳିତ ଖାଦ୍ୟ ଅଭ୍ୟାସ ଓ ଅକ୍ରିୟ ଜୀବନଶୈଳୀ ସ୍ଥୂଳତାକୁ ବଢ଼ାଇ ଦେଉଛି ଯାହା ହୃଦରୋଗ, ଡାୟାବେଟିଜ୍ ଓ ଅନ୍ୟାନ୍ୟ ଦୀର୍ଘ ରୋଗର ମୂଳ କାରଣ ହେଉଛି।
କାର୍ଯ୍ୟକ୍ରମରେ ପ୍ରତ୍ୟେକ ICDS ପ୍ରକଳ୍ପ ପକ୍ଷରୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନ (Recipe Demonstration) କରାଯାଇଥିଲା। ମା’ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ତିଆରି ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ — ଶଷ୍ୟ, ଡାଲି, ସବୁଜ ସାଗ, କ୍ଷୀର, ଅଣ୍ଡା ଓ ପିଠା ପ୍ରଦର୍ଶିତ ହୋଇଥିଲା। ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ ପୁରସ୍କାର, ଟ୍ରୋଫି ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା।
ତାପରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷଣ ଭିତ୍ତିକ ଚିତ୍ରାଙ୍କନ, ତର୍କ, କୁଇଜ୍ ଓ ଭାଷଣ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏବଂ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ସମଗ୍ର କାର୍ଯ୍ୟକ୍ରମକୁ ମଧୁଲତା ଦଣ୍ଡସେନା (D.C. ପୋଷଣ, ରାୟଗଡା), ଦିବାକର ପରିଛା (ସଂଯୋଜକ, ମହିଳା ସଶକ୍ତିକରଣ କେନ୍ଦ୍ର) ଓ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ (SRA) (W&CD Deptt.) ଙ୍କ ଦ୍ୱାରା ସଂଯୋଜନା ଓ ପରିଚାଳନା କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତି ଦେଓ ଙ୍କ ନେତୃତ୍ୱ ଓ ସହଯୋଗରେ ସଫଳତାପୂର୍ଣ୍ଣ ଭାବେ ଆୟୋଜନ ହୋଇଥିଲା।
ଶେଷରେ ଅତିଥିମାନଙ୍କ ଦ୍ୱାରା ପୋଷଣ ସଂକଳ୍ପ ଗ୍ରହଣ କରାଯାଇ ସଭାର ସମାପନ ଘୋଷଣା କରାଯାଇଥିଲା।
