ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ୫ ଘଣ୍ଟା ଯାଏଁ ଜାରି ରହିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ତେବେ ଏହି ବାତ୍ୟା ପ୍ରଭାବରେ ଓଡିଶାରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ଯ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଲାଗି ଆସନ୍ତାକାଲି (ବୁଧବାର) ନନ୍ଦନକାନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ । ଏନେଇ ଘୋଷଣା କରିଛନ୍ତି ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ । ସରକାରୀ ନିର୍ଦ୍ଦେଶନାମା ଅନୁସାର ଧନ ଜୀବନ ସୁରକ୍ଷା ଓ କ୍ଷୟକ୍ଷତି ମରାମତି ପାଇଁ ବନ୍ଦ ଘୋଷଣା କଯାଇଛି ।
ତେବେ ମୋନ୍ଥା ପ୍ରଭାବରେ ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଧନ ଓ ଜୀବନ ସୁରକ୍ଷା ଲାଗି ସରକାରଙ୍କ ପୂର୍ବ ସତର୍କ ସୂଚନା ଜାରି ସତ୍ତ୍ଵେ ଆଜି ଅମାନିଆ ପର୍ଯ୍ୟଟକଙ୍କ ସଂଖ୍ୟା କିଛି କମ ନଥିବା ଜଣା ପଡିଛି। ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୨୭୧୪ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୯୨ ଜଣ ପର୍ଯ୍ୟଟକ ଆସିଥିବା ଟିକେଟ ବିକ୍ରୀରୁ ଜଣାପଡିଛି।
