ଅମରାବତୀ: ବାତ୍ୟା ପାଇଁ ଲାଗିଲା ନାଇଟ୍ କର୍ଫ୍ୟୁ । ଆନ୍ଧ୍ରପ୍ରଦେଶରେ ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ପ୍ରଭାବିତ ୭ ଜିଲ୍ଲାରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ । ଏଥିସହ ବନ୍ଦ ହେଲା ଗାଡି ଚଳାଚଳ । ସମସ୍ତ ଯାତାୟତ ଉପରେ ଲାଗିଲା କଟକଣା, କେବଳ ଜରୁରୀ ସେବା ବ୍ୟତିତ ଅନ୍ୟ ସବୁରେ ଲାଗିଲା କଟକଣା । କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପକ୍ରିୟା । ପବନ ୯୦ରୁ ୧୦୦ କିମି ବେଗରେ ବହୁଛି । ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ସରିବ ।ତେବେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ଆନ୍ଧ୍ର ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ବାତ୍ୟା ପ୍ରଭାବିତ ସାତଟି ଜିଲ୍ଲା – କୃଷ୍ଣା, ଏଲୁରୁ, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, କାକିନାଡା, ଡକ୍ଟର ବିଆର ଆମ୍ବେଦକର କୋନାସୀମା ଏବଂ ଆଲୁରି ସୀତାରାମ ରାଜୁର କିଛି ଅଂଶରେ ଆଜି ରାତି ସାଢେ ୮ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସହ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି।
