ତେବେ ସୀମାବର୍ତ୍ତୀ ଜିଲ୍ଲା ଛତିଶଗଡରେ ମାଓବାଦର ମୂଳପୋଛ ପାଇଁ ଅପରେସନ ଚାଲିଥିବା ବେଳେ ମାଓ ନିପାତ ପାଇଁ ବିଭିନ୍ନ ସମୟରେ ଆକ୍ସନ ହେଉଛି ଆଉ ଜୀବନ ବିକଳରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି । ଏହି କ୍ରମରେ ଆଜି ବସ୍ତର ଡିଭିଜନର କାଂକେର ଜିଲ୍ଲାରେ ୨୧ ମାଓବାଦୀ ଅସ୍ତ୍ର ତ୍ୟାଗ କରିବା ସହ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ସ୍ବାଗତ କରିବା ପାଇଁ ରେଡ୍ କାରପେଟ୍ ବିଛାହେବା ସହ ଆଇଜି ତାଙ୍କୁ ସମ୍ବିଧାନର ବହି ଉପହାର ଦେଇଛନ୍ତି ।
ସେପଟେ ଛତିଶଗଡ ବିଜାପୁର ଠାରେ ୫୧ ମାଓବାଦୀ ଅସ୍ତ୍ରତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି । ବିଜାପାରୁ ପୁଲିସ ନକଟରେ ବନ୍ଧୁକ ସମର୍ପଣ କରିଛନ୍ତି ମାଓବାଦୀ । ଦକ୍ଷିଣ ବସ୍ତର ଅଂଚଳରେ ସକ୍ରୀୟ ହିଡମା ବାଟାଲିୟନର ଅନେକ ସଦସ୍ୟଙ୍କ ଅସ୍ତ୍ରତ୍ୟାଗ କରିବା ପରେ ପୋଲିସ ଏବଂ ସୁରକ୍ଷା ବଳକୁ ଏକ ବଡ ସଫଳତା ମିଳିଛି । ଆତ୍ମସମର୍ପଣ କରିଥିବା ୭୨ ମାଓବାଦୀଙ୍କ ମଧ୍ଯରୁ ଅନେକ ମହିଳା ମାଓବାଦୀ ଅଛନ୍ତି ।’ତେବେ ଚଳିତ ମାସ ଆରମ୍ଭରୁ ୨୦୮ ଜଣ ମାଓବାଦୀ ଜଗଦଲପୁରରେ ଆତ୍ମସମର୍ପଣ କରିଥିବା ବେଳେ ଲଗାତାର କିଛି ମାସ ହେବ ମାଓବାଦୀଙ୍କ ଉପରେ ଆଖିବୁଜା ଆକ୍ସନ ପରେ ମାଓବାଦୀଙ୍କ ଶିବିରରେ କମ୍ପନ ଦେଖିବାକୁ ମିଳିଛି । ଜାନୁଆରୀ ୨୦୨୫ରୁ ନକ୍ସଲ ବିରୋଧୀ ଅଭିଯାନକୁ ତୀବ୍ରତର କରିଛନ୍ତି ସୁରକ୍ଷାବାହିନୀ। କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସଫଳ ହେବାକୁ ଯାଉଛି। କାରଣ ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ୍ ଯୋଗୁଁ ମାଓ ସଂଗଠନ ବହୁ ଟପ୍ କ୍ୟାଡର୍ଙ୍କୁ ହରାଇ ସାରିଛି।
