ନିଶା କାରବାର ମାମଲାରେ ମାଲକାନଗିରି ପୁଲିସକୁ ଏକ ବଡ଼ ସଫଳତା ମଳିଛି। ପୁଲିସ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ତିନୋଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ୧୭ କୋଟି ଟଂକାର ଗଂଜେଇ ଜବତ କରିଛି। ଏହି ଘଟଣାରେ ୧୬୬୦ କିଲୋ ଗଂଜେଇ ଜବତ କରିଥିବା ବେଳେ ୩ ଜଣ ଉତ୍ତର ପ୍ରଦେଶର ମାଫିଆଙ୍କୁ ଗିରଫ କରିଛି ପୁଲିସ।ଗଂଜେଇ ମାଫିଆଙ୍କୁ ଆଉ ତ୍ରାହୀ ନାହିଁ। ଆକ୍ସନ ମୁଡରେ ମାଲକାନଗିରି ପୁଲିସ। ୨୪ ଘଣ୍ଟାରେ ପ୍ରାୟ ୧୭ କୋଟି ଟଂକାର ଗଂଜେଇ ଜବତ କରିଛି। ମାଲକାନଗିରି ଜିଲ୍ଲାରେ ଏନେଇ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରିଛି ମାଲକାନଗିରି ପୁଲିସ। ବାଲିମେଳା ଥାନାରେ ଅଭିନବ ଉପାୟରେ କଣ୍ଟେନରରେ ୭୭୦ କିଲୋ ଗଂଜେଇ ଚାଲାଣ ବେଳେ ମାଡି ବସିଥିଲା ବାଲିମେଳା ପୁଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା। ଏହି ମାଫିଆମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।
