ରାଜନଗର: ହୋଟେଲ ରୁମ୍ରେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଛାଡି ପଳାଇଥିଲେ ଡାକ୍ତର। ହୋଟେଲ କର୍ମଚାରୀ ଘର ସଫେଇ ସମୟରେ ଏହି ଅଳଙ୍କାର ପାଇଥିଲେ। ହୋଟେଲ ପକ୍ଷରୁ ଡାକ୍ତରଙ୍କୁ ସୂଚନା ଦିଆଯାଇଥିଲା।
ସୂଚନା ଦିଆଯିବା ଯାଏଁ ଡାକ୍ତର ସୁନା, ରୁପା ଅଳଙ୍କାର ଛାଡିଥିବା ନେଇ ଜାଣି ନଥିଲେ। ହୋଟେଲ ପକ୍ଷରୁ ସୂଚନା ପାଇବା ପରେ ଡାକ୍ତର ତାଙ୍କର ବୋଲି କହିଥିଲେ। ସୋମବାର ଡାକ୍ତର ତାଙ୍କ କର୍ମଚାରୀଙ୍କୁ ପଠାଇ ସୁନା ଓ ରୁପା ଅଳଙ୍କାର ନେଇଛନ୍ତି । ସୂଚନା ମୁତାବକ ଭିତରକନିକାର ଡାଙ୍ଗମାଳ ଠାରେ ରହିଛି ହୋଟେଲ ସ୍ଵାଦ ଓ ଭିତରକନିକା ମ୍ୟାନଗ୍ରୋଭ୍ ହୋମ ଷ୍ଟେ। ପ୍ରାଚୀ ଶିକ୍ଷା ଫାଉଣ୍ଡେସନ ପକ୍ଷରୁ ହୋମ ଷ୍ଟେର ସମସ୍ତ ରୁମ୍ ୨୨ ତାରିଖ ଦିନ ବୁକ କରାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରମାନେ ହୋମ ଷ୍ଟେରେ ରାତ୍ରି ଯାପନ କରିଥିଲେ। ୨୩ ତାରିଖ ଦିନ ରୁମ୍ ଛାଡି ଯିବାପରେ ହୋଟେଲ କର୍ମଚାରୀମାନେ ରୁମ୍ ସଫେଇ କରିଥିଲେ।
