ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗତ ୧୧ ଦିନ ହେଲାଣି ମୂଷଳଧାରା ବର୍ଷା ଓ ବନ୍ୟା, ଭୂସ୍ଖଳନ ଯୋଗୁଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ମୁତାବକ, ବିପର୍ଯ୍ୟୟ ଯୋଗୁଁ ଏଯାଏଁ ୩୧ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ସୂଚନା ମୁତାବକ, ପାହାଡିଆ ଅଞ୍ଚଳ ଜିଲ୍ଲାରେ ୧୮ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଜରୁରୀକାଳୀନ ସ୍ଥିତିରେ ରାଷ୍ଟ୍ରପତି ଅନୁରା କୁମାରା ଦେସନାୟକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଡାକିଛନ୍ତି ।
ଗତବର୍ଷ ଅକ୍ଟୋବରରେ ବର୍ଷା କାରଣରୁ ରାଜଧାନୀ କଲମ୍ବୋ ଏବଂ ଉପନଗରୀୟ ଅଞ୍ଚଳରେ ବିଭିନ୍ନ ଅଞ୍ଚଳରେ ବନ୍ୟା ଆସିଥିଲା । ଫଳରେ ୧ ଲକ୍ଷରୁ ୩୪ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । କଲମ୍ବୋରେ ଥିବା ସମସ୍ତ ସ୍କୁଲ ବନ୍ଦ କରିବାକୁ ପଡିଥିଲା । କିଛି ଅଞ୍ଚଳରେ ପାଣି ଘର ଏବଂ ଦୋକାନ ଛାତରେ ପହଞ୍ଚିଥିଲା ।
