ଚେନ୍ନାଇ : ଶ୍ରୀଲଙ୍କାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ସାମୁଦ୍ରିକ ବାତ୍ୟା ଦିଟଓ୍ବା ଏବେ ଭାରତର ଦକ୍ଷିଣ ରାଜ୍ୟ ତାମିଲନାଡୁ ଆଡ଼କୁ ମୁହାଁଇଛି । ଏହା ଆସନ୍ତା କାଲି (ରବିବାର) ତାମିଲନାଡ଼ୁ ଛୁଇଁବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବାତ୍ୟା ପ୍ରଭାବରେ ଶନିବାରଠାରୁ ତାମିଲନାଡ଼ୁରେ ବର୍ଷା ଆରମ୍ଭ ହୋଇଯାଇଛି । କେବଳ ତାମିଲନାଡୁ ନୁହେଁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡିଚେରିରେ ବି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ : SIR : ନିର୍ବାଚନ ଭାରତୀୟଙ୍କ ଭୋଟ ମାଧ୍ୟମରେ ହେବ, ବିଦେଶୀଙ୍କ ଦ୍ବାରା ନୁହେଁ : ନିଶିକାନ୍ତ
ତେବେ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ବାତ୍ୟା ସଂପୂର୍ଣ୍ଣଭାବେ ତାମିଲନାଡୁ ଉପକୂଳରେ ଲାଣ୍ଡଫଲ ନକରି ଉପକୂଳକୁ ସ୍ପର୍ଶ କରି ସମୁଦ୍ର ଭିତରେ ଗତି କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ବୋହିବ ।
