ପ୍ରେମେନ୍ଦ୍ର ପରିଚ୍ଛା): ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ୍ ପହଞ୍ଚିଛନ୍ତି। ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରି ପହଞ୍ଚିଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ଆ୍ରସିଥିବା ରୋଗୀଙ୍କୁ ଚିକିତ୍ସା କରିଛନ୍ତି ଏହି ବିଶେଷଜ୍ଞ ଦଳ। ଆଜି ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ।
ଆଜି ପ୍ରଥମ ଦିନରେ ମୋଟ ୩୩୮ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଏହି ବିଶେଷଜ୍ଞ ଟିମ୍ରେ ନ୍ୟୁରୋଲୋଜି ଡ.ପଲ୍ଲବୀ ଦାସ, ନେଫ୍ରୋଲୋଜି ଡ. ରୁଚିକା ମଲ୍ଲିକ, କାର୍ଡିଓଲୋଜି ଡ. ବିଶ୍ଵ ବିକାଶ ମିଶ୍ର, ଗାଷ୍ଟ୍ରୋଏଣ୍ଟେରୋଲୋଜି ଡ. ଶୁଭମ୍ ବେହେରା, ଇଉରୋଲଜି ଡ. ସଶାଙ୍କ ଶେଖର ପ୍ରସାଦ ମହାପାତ୍ର, ଆନାସ୍ଥେସିଆ ଡ. କମଳାକାନ୍ତ ବାରିକ୍ ପ୍ରମୁଖ ପହଞ୍ଚି ରୋଗୀଙ୍କୁ ସେବା ଯୋଗାଉଥିବା କହିଛନ୍ତି। କାର୍ଡିଓଲୋଜି ବିଶେଷଜ୍ଞ ଡାକ୍ତର ୬୭ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ, ଗେଷ୍ଟ୍ରୋଲୋଜି ଡାକ୍ତର ୭୧ ଜଣ ରୋଗୀ, ନ୍ୟୁରୋଲୋଜି ଏବଂ ସର୍ଜିର ଡାକ୍ତର ୮୮ ରୋଗୀଙ୍କୁ,ଇଉରୋଲଜି ଡାକ୍ତର ୪୯ ରୋଗୀଙ୍କୁ ଏବଂ ନ୍ୟୁପ୍ରୋଲଜି ମେଡିସିନ ଡାକ୍ତର ୬୩ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ଜମାପଡିଛି।
