ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ହାହାକାର । ଜଳ ପ୍ରଳୟ ପରେ ଜୀବନ ଯେମିତି ଆଉଟୁପାଉଟୁ ହେଉଛି । ଅନେକ ସ୍ଥାନରେ ଏବେବି ଜୀବନ ଜଳବନ୍ଦୀ । ବନ୍ୟାଜଳ କମିନଥିବାରୁ ଲୋକେ ନିଜ ଘକୁ ଫେରି ପାରୁ ନାହାନ୍ତି । କିଛି ସ୍ଥାନରେ ଲୋକେ ଏବେବି ଫସି ରହିଛନ୍ତି । ଏମିତି ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଛି ଭାରତ । ବିପତ୍ତି ବେଳେ ସାଜିଛି ବନ୍ଧୁ । ଅପରେସନ ସାଗର ବନ୍ଧୁ ଜରିଆରେ ଶ୍ରୀଲଙ୍କାରେ ସହାୟତା ଯୋଗାଇ ଚାଲିଛି ଭାରତ ।ଶ୍ରୀଲଙ୍କାରେ ରେସ୍କୁ ଅପରେସନ ହେଉ କି ରିଲିଫ ଯୋଗାଣ, ମେଡିକାଲ ସେବା ହେଉ କି ଖାଦ୍ୟ ଯୋଗାଇ ଦେବା ଭଳି ଅନେକ କାମରେ ଗ୍ରାଉଣ୍ଡ ଜିରୋରେ ନିୟୋଜିତ ଅଛନ୍ତି ଭାରତୀୟ ଯବାନ । କେଉଁଠି ବନ୍ୟା ପରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଦବିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି ଯବାନ ତ ପୁଣି କେଉଁଠି ଭଙ୍ଗା ମାଟିଘରୁ ଜୀବନ ଉଦ୍ଧାରରେ ଲାଗିଛନ୍ତି ।
