ପୁରୀ : ମ୍ୟାଚ୍ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ଜିତେଶ ଶର୍ମା, କୋଚ ଗୌତମ ଗମ୍ଭୀର ଓ ଅଫିସିଆଲ l T20 ସିରିଜରେ ବିଜୟ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଟିମ୍ ଇଣ୍ଡିଆ । ସୂର୍ଯ୍ୟକୁମାର ସହ ତାଙ୍କ ପତ୍ନୀ ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ସେବାୟତ ଟିମ ଇଣ୍ଡିଆର ଖେଳାଳିଙ୍କୁ ସ୍ୱାଗତ କରିଥିଲେ l ଶ୍ରୀମନ୍ଦିର ନିକଟରେ ଥିବା ଶ୍ରଦ୍ଧାଳୁ ମାନେ ଭାରତୀୟ ଦଳର ଖେଳାଳିଙ୍କୁ ପାଖରେ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ l
