ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଉ ୧୮ ଘଣ୍ଟା ପାଇଁ ବଢ଼ିଲା ଇଣ୍ଟରନେଟ କଟକଣା ଅବଧି । ଆସନ୍ତାକାଲି ଦିନ ୧୨ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ । ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ପୂରା ଗାଁରେ ପୋଲିସ ଛାଉଣୀ । ସୁରକ୍ଷା ଦୃଷ୍ଟିରୁ ଏମଭି 26 ଗାଁରେ CC TV କ୍ୟାମେରା ଲାଗିଛି ।
ପଟେ ମୁଣ୍ଡ ବିହୀନ ମହିଳାଙ୍କ ଅନ୍ତିମ ସତ୍କାର କରାଯାଇଛି । ମୃତ ମହିଳାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ଅନୁକଂପା ସହାୟତା ରାଶି ପ୍ରଦାନ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ମହିଳାଙ୍କ ପୁଅକୁ ଆଜି ୩୦ ହଜାର ଟଙ୍କାର ଚେକ ଦିଆଯାଇଛି । ଜିଲ୍ଲାପାଳଙ୍କୁ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ଆଦିବାସୀ ମହାସଂଘ। ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଜିଲ୍ଲାପାଳ, ଏସପିଙ୍କ ଉପସ୍ଥିତିରେ ଉଭୟ ବଙ୍ଗୀୟ ଓ ଆଦିବାସୀ ସଂପ୍ରଦାୟର ମୁଖିଆଙ୍କୁ ନେଇ ବୈଠକରେ ଶାନ୍ତି ଫେରାଇ ଆଣିବା ପାଇଁ ଆଲୋଚନା କରାଯାଇଛି । ଆମେ ଶାନ୍ତି ଚାହୁଁ । ଆଗକୁ କୌଣସି ଅଶାନ୍ତି ବାତାବରଣ ରହିବ ନାହିଁ ବୋଲି କହିଛନ୍ତି କୋୟା ସମାଜ ମୁଖିଆ ।
