ଛତିଶଗଡ଼ଜିଲ୍ଲା କାଙ୍କେର ପୁଲିସ ବୁଧବାର ମାଓ ବିରୋଧୀ ଅଭିଯାନ କ୍ରମରେ ବଡ଼ ସଫଳତା ହାସଲ କରିଛି। ଜିଲ୍ଲା ମୁଖ୍ୟାଳୟରେ ୨୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୪ ଜଣ ମାଓବାଦୀ ସୁରକ୍ଷା ବାହିନୀଙ୍କୁ ଅସ୍ତ୍ର ସମର୍ପଣ କରିଛନ୍ତି। ମହାରାଷ୍ଟ୍ରର ଗଡ଼ଚିରୋଲିରେ ମଧ୍ୟ ୮୨ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୭ ଜଣ ମାଓବାଦୀ ସୁରକ୍ଷାବଳର ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି।
ଏହା ହେଉଛି ମାଓ ଦମନ ନୀତିର ଏକ ପ୍ରମୁଖ ଅଂଶବିଶେଷ। ଦିନକୁ ଦିନ ମାଓ ସଂଗଠନ ଦୁର୍ବଳ ହେଉଛି। ମାଓବାଦୀମାନେ ସଶସ୍ତ୍ର ସହିତ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଅମାନିଆ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଫଳରେ ମାଓବାଦୀମାନେ ନିପାତ ହେଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରୁ ନକ୍ସଲବାଦ ଶେଷ କରିବା ପାଇଁ ୨୦୨୬ ମାର୍ଚ୍ଚକୁ ଅନ୍ତିମ ସମୟ ଦେଇଛନ୍ତି, ଯେଉଁଥିରେ ୪ମାସରୁ କମ ସମୟ ଅଛି।
