ଭୁବନେଶ୍ବର: ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଉଦ୍ ବେଗ ପ୍ରକାଶ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ବର । କଳଙ୍କ ମୁଣ୍ଡାଇଛି ଓଡ଼ିଶା, କେବେ ଚେତିବ ବିଜେପି ସରକାର ? ଦିନଦ୍ବିପହରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ସ୍ପର୍ଶକାତର ବିଷୟ । କୁଆଡେ ଯାଇଛି ଆଇନଶୃଙ୍ଖଳା ସେନେଇ ପ୍ରଶ୍ନ କରିଛନ୍ତି ନବୀନ । ଧଉଳି ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ଲୋକଙ୍କୁ ଆତଙ୍କିତ କରିଛି ।
