କିନ୍ନର ଗୋଷ୍ଠୀଙ୍କ ବିବାଦ ଭଦ୍ରକ ଜିଲ୍ଲାରେ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ସୋମବାର ଟାଉନ ଥାନାରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର ଗୋଷ୍ଠୀ ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ଥାନାରେ ଜିମା ଦେଇଛନ୍ତି। ତେବେ ଏହି ୪ ଜଣ କିନ୍ନର ବାଂଲାଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରାବଣୀ କିନ୍ନର।ଅନ୍ୟପଟେ ସଞ୍ଜନା ଶାସମଲ କିନ୍ନର ଅଭିଯୋଗ କରିଛନ୍ତି ଯେ ଶ୍ରାବଣୀ କିନ୍ନର ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଛନ୍ତି । ସେ ସବୁକୁ ନମାନିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି
