ଭୁବନେଶ୍ବର: ଓଡ଼ିଶା ପାଇଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ୧୯୯୧ ବ୍ୟାଚ୍ର ଆଇଏଏସ୍ ତଥା ଉନ୍ନୟନ କମିସନର ଅନୁ ଗର୍ଗ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଚଳିତମାସ ୩୧ ତାରିଖରେ ଶେଷ ହେଉଛି। ଜାନୁଆରି ପହିଲାରୁ ଶ୍ରୀମତୀ ଗର୍ଗ ନୂଆ ଦାୟିତ୍ବ ସମ୍ଭାଳିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଆଜି ପ୍ରକାଶ ପାଇଛି। ୨୦୨୯ ମାର୍ଚ୍ଚରେ ଶ୍ରୀମତୀ ଗର୍ଗ ଅବସର ନେବେ। ଅବସର ପର୍ଯ୍ୟନ୍ତ ସେ ଯଦି ମୁଖ୍ୟ ସଚିବ ରୁହନ୍ତି, ତେବେ ତାଙ୍କର ଅବଧି ୩ ବର୍ଷ ୩ ମାସ ରହିବ।
