ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ଭୁବନେଶ୍ୱରର ସତ୍ୟ ବିହାରରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିବା ପରେ ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଆବାସିକ କମ୍ପ୍ଲେକ୍ସର ତୃତୀୟ ମହଲାରୁ ଅଗ୍ନିକାଣ୍ଡ ଘଟିଥିଲା। କୋଠାର କିଛି ଅଂଶରେ ଘନ ଧୂଆଁ ବ୍ୟାପି ଯାଇଥିଲା।ନିଆଁ ଲାଗିବା ଦେଖି ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ନିଆଁ ଏବଂ ଘନ ଧୂଆଁ ପରିସରରେ ବ୍ୟାପି ଯାଇଥିଲା। ଅଗ୍ନିଶମ ସେବାକୁ ସୂଚନା ଦିଆଯାଇଥିଲା ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ କୋଠାର ଅନ୍ୟ ମହଲାକୁ ନିଆଁ ବ୍ୟାପିବାକୁ ରୋକିବା ପାଇଁ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟ ଆରମ୍ଭ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଘନ ଧୂଆଁ ବ୍ୟାପିବାରୁ ଅନେକ ପରିବାରକୁ ସ୍ଥାନାନ୍ତର କରିବାକୁ ପଡିଥିଲା। ଆବାସିକ କମ୍ପ୍ଲେକ୍ସରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।
