ଢାକା: ବାଂଲାଦେଶରେ ଦୀପୁ ଦାସଙ୍କ ନିର୍ମମ ଭୀଡ଼ହତ୍ୟାକୁ ନେଇ ସମଗ୍ର ବିଶ୍ବ ସ୍ତବ୍ଧ ଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଉଗ୍ର ଭୀଡ଼। ମୃତ ଯୁବକଙ୍କ ନାଁ ଅମୃତ ମଣ୍ଡଳ ଓରଫ ସମ୍ରାଟ ।ଏଥର, ଅପରାଧୀମାନେ ଇଷ୍ଟନିନ୍ଦାର ବାହାନା ନ ପାଇ ଏକ ନୂତନ ଅଭିଯୋଗ ଉଦ୍ଭାବନ କରିଥିଲେ ଏବଂ ଏକ ଜନଗହଳିପୂର୍ଣ୍ଣ ବଜାରରେ ୨୯ ବର୍ଷୀୟ ଯୁବକଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ ଯେ ସେ ଚେତାଶୂନ୍ୟ ହୋଇଗଲେ। ପୂର୍ବ ଘଟଣା ପରି ଏଥର ବି ପୁଲିସ ମୁକ ଦର୍ଶକ ସାଜିଥିଲା ଓ ଘଟଣା ପରେ ମାମଲାର ଲୋକଦେଖାଣିଆ ତଦନ୍ତ କରୁଛି ।
