ଘୁ.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ସେହି ସ୍ଥାନରେ ଅତର୍କିତ ଚଢ଼ଉ କରିଥିଲେ ପୁଲିସ ବାହିନୀ।ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ, ଏସଆଇ ରୂପକ ଦଳେଇ, ଏଏସଆଇ ବୁଲୁ ବେହେରା, ରବିନ୍ଦ୍ର ସେଠୀଙ୍କ ସମେତ ଏକ ଫ୍ଲାଟୁନ ଫୋର୍ସ ହୋମଗାର୍ଡ, ଅବକାରୀ ବିଭାଗ କର୍ମଚାରୀ, ବନ ବିଭାଗ କର୍ମଚାରୀ ସଦଳବଳେ ଗଞ୍ଜେଇ ଚାଷ ହେଉଥିବା ସ୍ଥାନରେ ପହଞ୍ଚି ରାଇକିଆ ତହସିଲଦାର ଦେବାଶିଷ ଜେନାଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଥିବା ସୂଚନା ମିଳିଛି।
