ଚୌଦ୍ଵାର/କଟକ:
SCB ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଚୌଦ୍ଵାର–କଟକ ବିଧାୟକଙ୍କ ପ୍ରତିନିଧି ଭାବେ ଶ୍ରୀ ଦିଲୀପ କୁମାର ସାହୁଙ୍କୁ ନାମାଙ୍କନ କରାଯାଇଛି। ଏହି ଦାୟିତ୍ୱ ଦେଇଥିବାରୁ ଚୌଦ୍ଵାର–କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ ଓ ପୂର୍ବତନ ବିଧାୟକ ଡ଼ା. ପ୍ରଭାତ ରଞ୍ଜନ ବିଶ୍ଵାଳ ମହୋଦୟଙ୍କୁ ଶ୍ରୀ ସାହୁ କୃତଜ୍ଞତା ଜଣାଇଛନ୍ତି।
ଏହି ଅବସରରେ ଶ୍ରୀ ଦିଲୀପ କୁମାର ସାହୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମହାରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ସାହୁ, ଦେବେନ୍ଦ୍ର କହାଳି, ସୋମ୍ୟ ରଞ୍ଜନ ସାହୁ, ରମେଶ ଚନ୍ଦ୍ର ସାହୁ, ସରୋଜ କୁମାର ସାହୁ, ପ୍ରଫୁଲ୍ଲ କୁମାର ବେହେରା, ପ୍ରଶାନ୍ତ ମାଝୀ ଓ ସଞ୍ଜୟ ବେଉରା ଉପସ୍ଥିତ ଥିଲେ।
