ଭୁବନେଶ୍ୱର ତା ୨୫.୦୧.୨୬ I କେନ୍ଦ୍ରୀୟ ସରକାରୀ ପେନ୍ସନଭୋଗୀ ସଂଘ, ଭୁବନେଶ୍ୱରର ଦ୍ୱିବାର୍ଷିକୀ ଅଧିବେଶନ ଭୁବନେଶ୍ୱରସ୍ଥିତ ରେଡ କ୍ରସ ଭାବନରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅଖିଳ ଭାରତ କେନ୍ଦ୍ରୀୟ ସରକାରୀ ପେନ୍ସନ ଭୋଗୀ ସଂଘ, ଓଡିଶା, କଟକର କାର୍ଯ୍ୟକାରୀ ସଭାପତି ଶ୍ରୀ ନିର୍ମଳେନ୍ଦୁ ଗୁପ୍ତା ଓ ସାଧାରଣ ସମ୍ପଦକ ଶ୍ରୀ ଅଭିମନ୍ୟୁ ନାୟକ ଯଥାକ୍ରମେ ମୁଖ୍ୟଅତିଥି ଓ ସମ୍ମାନନୀୟ ଅତିଥିଭାବରେ ଓ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ I ପେନ୍ସନଭୋଗୀଙ୍କର ବିଭିନ୍ନ ସମସ୍ୟା ଓ ପେନ୍ସନ ଭୋଗୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବ ଉପରେ ଅଧିବେସନରେ ବିସ୍ତୃତ ଆଲୋଚନା କରାଯାଇଥିଲା I

ଅତିଥିମାନେ ସମସ୍ତ ପେନ୍ସନ ଭୋଗୀ ସଂଘ ମିଳିତ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରି ପେନ୍ସନଭୋଗୀଙ୍କର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ I ଆସନ୍ତା ଦୁଇବର୍ଷ ପାଇଁ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପଦ୍ମଲାଭ ରଣସିଂହ ସଭାପତି, ଶ୍ରୀ ବିପିନ ବିହାରୀ ମହାନ୍ତି ସାଧାରଣ ସମ୍ପାଦକ, ଶ୍ରୀ ଅଶୋକ କୁମାର ରଥ କୋଷାଧ୍ୟକ୍ଷ ,

ଶ୍ରୀ ଦେବୀ ପ୍ରସାଦ ନାୟକ ପତ୍ରିକା ସମ୍ପାଦକ , ଶ୍ରୀ କୈବଲ୍ୟ ପ୍ରସାଦ ପରିଡା ହିସାବ ନିରୀକ୍ଷକ ଭାବରେ ନିର୍ବାଚିତ ହୋଇଥିଲେ I ଶ୍ରୀ ଅଶୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ I
