ଭୁବନେଶ୍ୱର : ଭୁବନେଶ୍ୱରରୁ ଲୁଟ୍ ଡେରାଡୁନରୁ ଗିରଫ । ୩ କୋଟି ଟଙ୍କାର ଇଲେକ୍ଟ୍ରି କେବଲ ଚୋରି ଘଟଣାର ପର୍ଦାଫାସ । ଭୁବନେଶ୍ବର ଏମ୍ସ ପାଖରୁ ବିଦ୍ୟୁତ ତାର ଚୋରି ଘଟଣାରେ ପୋଲିସର ଖୁଲାସା । ଦୁଇ ଅଭିଯୁକ୍ତ ଜଗନ୍ନାଥ ମହାନ୍ତି ଓ ଅଲ୍ଲୀ ଅଜଗରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଛତିଶଗଡ଼ ରାୟପୁରରେ ବିକ୍ରି ହୋଇଥିବା ଚୋରି ବିଦ୍ୟୁତ ତାର ଜବତ ସହ ଡେରାଡୁନରୁ ଅଭିଯୁକ୍ତଙ୍କୁ କାବୁ କରି ଓଡ଼ିଶା ଆଣିଛି ପୋଲିସ । କ୍ରେନ୍ ସାହାଯ୍ୟରେ ଚୋରି କରି ୮୦ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଘଟଣାରେ ତନାଘନା ତଦନ୍ତ ବେଳେ ଏହା ପଛର ରାଜ୍ୟ ବାହାରର ଚୋରି ରାକେଟ କାମ କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।
