ଭୁବନେଶ୍ୱର : ଗୋଆରେ ଅନୁଷ୍ଠିତ QS ଇଣ୍ଡିଆ ସମ୍ମିଳନୀ 2026 ରେ ସ୍ବତନ୍ତ୍ର ଅଧିବେଶନରେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଲୋକ କଲ୍ୟାଣ ଓ ମାନବ ପ୍ରେମ ଦିଗରେ ଶିକ୍ଷାର ପ୍ରୋତ୍ସାହନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “Philanthropy as a Way Forward to Promote Publicly Accessible and World-Class Education in India” ଶୀର୍ଷକ ସ୍ପଟଲାଇଟ୍ ସେସନ୍ରେ ପ୍ୟାନେଲିଷ୍ଟ ଭାବରେ ଯୋଗଦେଇ ଶ୍ରୀ ସାମନ୍ତ “ଭାରତରେ ସାର୍ବଜନୀନ ଭାବରେ ସୁଗମ ଏବଂ ବିଶ୍ୱସ୍ତରୀୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଜନ କଲ୍ୟାଣ ଓ ମାନବ ପ୍ରେମ ଏକ ମାର୍ଗ” ଉପରେ ନିଜର ମତାମତ ରଖିଥିଲେ ।
ଏହି ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ ଆଦି ଦେଶର ଖ୍ୟାତିସମ୍ପନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଭାରତର ବିଟସ ପିଲାନି ଭଳି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର କୁଳପତିମାନେ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ଅଂଶଗ୍ରହଣ କରି ଶ୍ରୀ ସାମନ୍ତ କହିଲେ, ଭଲ ଉଦ୍ଦେଶ୍ୟ ଓ ଦାନର ଭାବନା ଉପରେ ପରିଚାଳିତ ହେଲେ ଶିକ୍ଷା ସହଜରେ ମିଳିପରିବା ସହ ମାନବୀୟ ଓ ବିଶ୍ୱସ୍ତରୀୟ ପ୍ରାସଙ୍ଗିକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ଶହ ବିଶ୍ବବିଦ୍ୟାଳୟର କୁଳପତି ଓ ଶିକ୍ଷାବିତ ଏଥିରେ ଯୋଗ ଦେଇଥିଲେ ।
