ଭୁବନେଶ୍ୱର/ବାଲେଶ୍ୱର : ଓଡ଼ିଆ ଝିଅ ପାଇଁ ହେବ ସ୍ୱତନ୍ତ୍ର ଓଡ଼ିଆ ବ୍ୟଞ୍ଜନ । ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଖାଇବେ ସ୍ଵତନ୍ତ୍ର ଓଡ଼ିଆ ବ୍ୟଞ୍ଜନ । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଯୋଗ ଦେବାକୁ ଆସୁଥିବା ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ କ୍ୟାମ୍ପସରେ ରହିଥିବା ବେଳେ ତାଙ୍କ ପାଇଁ ଓଡ଼ିଆ ଖାଦ୍ୟ ପରସା ଯିବ ବୋଲି କହିଛନ୍ତି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀ । ଆସନ୍ତକାଲି ରାଷ୍ଟ୍ରପତି ଫକୀର ମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।
ପ୍ରଥମେ ରାଷ୍ଟ୍ରପତି ହେଲିପେଡରୁ ଆସି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବେ ଏହାପରେ ଲଂଚ ବ୍ରେକ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ନୂଆ ଅଡିଟୋରିଅମ ହଲ୍ ର ଉଦଘାଟନ ସହିତ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଛାତ୍ର ଛାତ୍ରୀଙ୍କ ସହ ଫୋଟ ଉତ୍ତୋଳନ କରିବେ । ପରେ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି ।
ଏହି ସମାବର୍ତ୍ତନ ଉତ୍ସବକୁ ରାଜ୍ୟପାଳ ସଭାପତିତ୍ୱ କରିବେ । ଏହାସହ 15 ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ ପଦକ ଦିଆଯିବ । PHD ଛାତ୍ରଛାତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଭଳି ଶାନ୍ତନୁ ଆଚାର୍ଯ୍ୟ , ଅନୁରାଧା ବିଶ୍ୱାଳ ଓ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ସମ୍ମାନ ଜନକ ଡକ୍ଟରେଟ ପ୍ରଦାନ କରାଯିବ । ଶେଷରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ
