ବାଲିଅନ୍ତା,( ପି ଏନ): ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତର ପିରିପିରା ଗ୍ରାମ ସ୍ଥିତ ପ୍ରାଚୀ ଭ୍ୟାଲି ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ସାନ୍ତିଲତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ପବିତ୍ର ମୋହନ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଡ. ସୁଶାନ୍ତ କୁମାର ଦାଶ, ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଗତ କୁମାର ବେହେରା ଓ ମୁଖ୍ୟବକ୍ତା ଭାବେ ଡ. ସତ୍ୟନାରାୟଣ ସାହୁ ଯୋଗ ଦେଇଥିଲେ।

ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବାକୁ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ସ୍କୁଲରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରୁନାଲିଶା ବେହେରା ପରିଚାଳନା କରିଥିଲେ।
