ବାରିପଦା (ପି ଏନ): ମହର୍ଷି ପବ୍ଲିକ ସ୍କୁଲ, ବାରିପଦାରେ ବାର୍ଷିକ ଉତ୍ସବ ସହିତ ମହର୍ଷି ମହେଶ ଯୋଗୀଙ୍କ ମହାପ୍ରୟାଣ ଦିବସ ଭକ୍ତି, ଉତ୍ସାହ ଓ ସାଂସ୍କୃତିକ ଝଲକରେ ଭବ୍ୟ ଭାବେ ପାଳନ କରାଯାଇଛି।

ଏହି ଅବସରରେ ବନ୍ଦେଶ୍ୱର ଧାମର ପୀଠାଧୀଶ୍ୱର ସ୍ୱାମୀ ମୁକୁନ୍ଦ କୃଷ୍ଣ ମହାରାଜ ଜୀ, ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଫିଜିକ୍ସର ନିର୍ଦ୍ଦେଶକ ପ୍ରଫେସର ଡ଼ଃ କରୁଣାକର ନନ୍ଦ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ପ୍ରମୋଦ କୁମାର ସତପଥୀ, ସାମାଜିକ କର୍ମୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ନନ୍ଦ ଓ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଜାତୀୟ ଅଧ୍ୟକ୍ଷ ଏବଂ ମହର୍ଷି ପବ୍ଲିକ ସ୍କୁଲ ଗ୍ରୁପ୍ର ଅଧ୍ୟକ୍ଷ ଡ଼ଃ ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟକ୍ରମରେ ପ୍ରଶାସକ ଶ୍ରୀ ଅଶୋକ କୁମାର କର ଓ ପ୍ରଧାନଶିକ୍ଷକ ଶ୍ରୀ କାଜଲ ମହାପାତ୍ର ଉପସ୍ଥିତ ଥିଲେ।
ଏହି ଅବସରରେ ଶିକ୍ଷା ଓ ସହଶିକ୍ଷା କାର୍ୟକଳାପରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ହସ୍ତେ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ଦ୍ୱାରା ପ୍ରଦର୍ଶିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟକ୍ରମ ଅବସରକୁ ଅଧିକ ଆକର୍ଷଣୀୟ କରିଥିଲା।
ଶେଷରେ ମହର୍ଷି ମହେଶ ଯୋଗୀଙ୍କ ଆଦର୍ଶ ଅନୁସରଣ କରି ଶିକ୍ଷା, ଶୃଙ୍ଖଳା ଓ ସମଗ୍ର ବିକାଶର ପଥରେ ଆଗୁଆ ବଢିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଜଣାଯାଇଥିଲା।
