ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ତରଫରୁ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଭୁବନେଶ୍ୱର ମହାନଗର ନିଗମସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ କିସର ତୃତୀୟ ଶ୍ରେଣୀ ଛାତ୍ରୀ ସ୍ନେହାଶ୍ରୀ ମଲ୍ଲିକ, ଟିକିମା ପ୍ରଧାନ ଓ ତୀତିକ୍ଷା ପ୍ରଧାନ କୃତିତ୍ୱ ଅର୍ଜନ କରିଥିବା ବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ତ୍ରିନାଥ ପ୍ରଧାନ ଓ ସୁଶ୍ରୀ ନିହାରିକା ନାଏକ ସଫଳତା ଅର୍ଜନ କରିଛନ୍ତି।
ବିଦ୍ୟାଳୟର ଶୈକ୍ଷିକ ବାତାବରଣର ସକରାତ୍ମକ ପ୍ରଭାବ ଏହି ସଫଳତା ମାଧ୍ୟମରେ ପ୍ରତିଫଳିତ ହେଉଛି । ଏହି ପରିପେକ୍ଷୀରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।
