ବାରିପଦା 8/12 :- ମହାରପୁର ସ୍ଥିତ ମୟୁରଭଞ୍ଜ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ ବାର୍ଷିକ ଉତ୍ସବ ନିଜ ବିଦ୍ୟାଳୟ ପରିସର ରେ ପାଳିତ ହୋଇଯାଇଛି.ବିଦ୍ୟାଳୟ ର ଅଧକ୍ଷା ଦେବାସ୍ରିତା ବିଶ୍ୱାଳ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଆଜିର ଏହି ଉତ୍ସବ ରେ ଅବସର ପ୍ରାପ୍ତ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ର ଆଇନ ପରାମର୍ଶ ଦାତା ମୟୁରଭଞ୍ଜ ମାଟି ର ସୁପୁତ୍ର ଡ଼ ପ୍ରଫୁଲ୍ଲ କୁମାର ବେହେରା ଯୋଗ ଦେଇ ନିଷ୍ଠା ଓ ଆତ୍ମବିଶ୍ଵାସ ସଫଳତା ର ମୂଳମନ୍ତ୍ର ବୋଲି କହିଥିଲେ.ବାରିପଦା ର ପୂର୍ବତନ ବିଧାୟକ ଶ୍ରୀ କିଶୋର ଦାଶ ମୁଖ୍ୟା ବକ୍ତା ଭାବେ ଯୋଗ ଦେଇ ପାଠ ପଢା ସହ ସମାଜ ର ମଙ୍ଗଳ ପାଇଁ କୌଣସି ଭୁଲ ନିଷ୍ପତି ଵା ବିଚାର କୁ ଆଖିବୁଜି ନ ମାନି ତା ବିରୁଦ୍ଧରେ ରେ ସ୍ୱର ଉତ୍ତଳନ କରିବା ପାଇଁ ପରାମର୍ଶ ଦେଇଥିଲେ. ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ର ଉପାଧକ୍ଷା ସଂଘମିତ୍ରା ରାଉତ ସାମ୍ମନିତ ଅତିଥି ଭାବେ ଯୋଗ ଦେଇ ଉଜ୍ୱଳ ଭବିଷ୍ୟତ ଗଢିବାକୁ ହେଲେ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ. ବିଭିନ୍ନ ଖେଳ ଓ ଶ୍ରେଣି ଗୃହ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା. ଗତବର୍ଷ ର ଟପର ତୁଷାର ମହାନ୍ତ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା.ମୁଖ୍ୟା ଅତିଥି ମୁଖ୍ୟା ବକ୍ତା, ଓ ଅଧକ୍ଷା ଙ୍କୁ ଏହିଁ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା. ଆଇନ ବିଭାଗୀୟ ମୁଖ୍ୟ ଜ୍ଞାନରଞ୍ଜନ ପଣ୍ଡା ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷା ବିଭାଗ ମୁଖ୍ୟ ସୁଜାତା ପାଲ ଧନ୍ୟବାଦ ଦେଇଥିଲେ.
