ବାରିପଦା -7 ଫେବୃଆରୀ :- ମହାରାଜପୁର ସ୍ଥିତ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟ ର ୨୭ତମ ବାର୍ଷିକ ଉତ୍ସବ”ଉତ୍କର୍ଷ “ପାଲିତ ହୋଇଯାଇଛି । ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାରୋହ କୁ ସମୃଦ୍ଧ କରିଥିଲେ। ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷା ଡ଼ ପୁଷ୍ପରାଣୀ ପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଯୋଗୀ ପରାମର୍ଶ ଦେଇଥିଲେ। ବାରିପଦା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କିଶୋର ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମସ୍ତଙ୍କୁ ଉପଯୋଗୀ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ ର ଅଧକ୍ଷ ପ୍ରଦୀପ କୁମାର ନାୟକ ଙ୍କା ପୌରାହିତ୍ୟ ରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଉପାଧ୍ୟକ୍ଷା ଶଙ୍ଘମିତ୍ରା ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଇଣ୍ଡିଆନ ଲିଗାଲ ସର୍ଭିସ ରୁ ଅବସର ଗ୍ରହଣ କରିଥିବା ମୟୁରଭଞ୍ଜ ର ସୁପୁତ୍ର ଡଃ ପ୍ରଫୁଲ୍ଲ କୁମାର ବେହେରା ଙ୍କୁ ସାମରିକ ବାହିନୀରେ ରେ ଆଇନ ପରାମର୍ଶ ତଥା ଅନ୍ତର୍ଜାତୀୟ କୋର୍ଟ ରେ ଭାରତ ର ପକ୍ଷ ରଖି ମୟୁରଭଞ୍ଜ, ଓଡିଶା ତଥା ଦେଶରେ ପାଇଁ ଗୌରବ ଆଣିଦେଇ ଥିବାରୁ “ଭୂମିପୁତ୍ର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା, ପ୍ରବୀଣ ଖେଳାଳି ଅସିତ କୁମାର ପତି ଙ୍କୁ “ଭଞ୍ଜଶ୍ରୀ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଖ୍ୟାତ ଗୀତିକାର, ସମାଜସେବୀ,ତଥା ରାଇରଙ୍ଗପୁର କଲେଜର ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର ସୁନୀଲ କୁମାର ଜେନା ଙ୍କୁ “ଶିକ୍ଷାଶ୍ରୀ” ସମ୍ମାନରେ ସମ୍ମାନିତ କରାଯାଇଥିଲା।ଆଉଟଡୋର ଓ ଇଣ୍ଡୋର ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା. ସମସ୍ତ ସମ୍ମାନ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା. ଏ ବର୍ଷ ସର୍ବୋତ୍ତମ ଛାତ୍ର ଭାବେ ଅବିନାଶ ଦାସ, ଜାତୀୟ ସେବା ଯୋଜନା ୟୁନିଟ ର ସର୍ବଶ୍ରେଷ୍ଠ ସ୍ବେଛାସେବୀ ଭାବେ ହରିହର ମୁର୍ମୁ ଙ୍କୁ ସମ୍ମାନିତ କରାଯାଇଥିଲା. ଆକର୍ଷଣୀୟ ପୁରସ୍କାର ଶ୍ରେଷ୍ଠ ଅଧ୍ୟାପକ ସମ୍ମାନ ପାଇଥିଲେ ଉଦ୍ଭିଦ ବିଜ୍ଞାନ ବିଭାଗ ର ମୁଖ୍ୟା ରୁପମଞ୍ଜରୀ ବେହେରା.
ଏହା ପରେ ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଦୁଇଟି ନାଟକ, ଗୀତ, ରାମ୍ପ ସୋ ଏବଂ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ମଞ୍ଚ ସଂଯୋଜନା ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଏନ ବିଜୟଲକ୍ଷ୍ମୀ କରିଥିବା ଆଇନ ବିଭାଗ ର ମୁଖ୍ୟ ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ.
