ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇ ମେନ୍ ୨୦୨୬ ପରୀକ୍ଷା ଫଳ । ଏହି ପରୀକ୍ଷାରେ ୯୯.୯୬ ପ୍ରତିଶତ ରଖି ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆରୀୟସ୍ମନ୍ ପ୍ରଧାନ । ଏଥିପାଇଁ ଏବେ ଆରୀୟସ୍ମନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରି ଏଭଳି ସଫଳତା ସେ ହାସଲ କରିଛନ୍ତି । ଏଥିପାଇଁ ନିଜ ପରିବାର ଲୋକ ସହ ନିଜ ଶିକ୍ଷକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଆରୀୟସ୍ମନ୍ । ଏହାସହ ମୋବାଇଲ, ସୋସିଆଲ ମିଡ଼ିଆ ଠାରୁ ସମସ୍ତ ପରୀକ୍ଷା ଆଶାୟୀ ନିବୃତ ରୁହନ୍ତୁ ବୋଲି ସେ ଉପଦେଶ ଦେଇଛନ୍ତି ।
