ବାଲିଗୁଡା : ବାଲିଗୁଡା DFOଙ୍କୁ କାରଣଦର୍ଶାଅ ନୋଟିସ୍ । ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ଓ ପରିବେଶ ବିଭାଗର ଚିଠି ନମ୍ବର ୩୮୧୫ ଅନୁଯାୟୀ ନୋଟିସ ବାଲିଗୁଡା DFOଙ୍କୁ କାରଣ ଦର୍ଶାଅ ନୋଟିସ ଜାରି । ହାତୀ ମୃତ୍ୟୁ ଘଟଣାରେ ଡିଏଫଓଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ୧୫ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ନୋଟିସରେ ଉଲ୍ଲେଖ । ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ମୃତ୍ୟୁ ହୋଇଥିବା ହାତୀର ମୃତଦେହକୁ କାଡାପାନା ନର୍ସରୀ ମଧ୍ୟରେ ପୋତା ଯିବା ଏବଂ କଳାହାଣ୍ଡି କେସିଙ୍ଗା ଅଂଚଳରୁ ମୃତଦେହ ଉଦ୍ଧାର ଘଟଣାକୁ ନେଇ ନୋଟିସ ଜାରି ହୋଇଛି ।
ଏପରିକି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦେଶ ରହିଥିଲେ ବି ବାଲିଗୁଡା ଡିଏଫ୍ଓ ଅବମାନନା କରିଥିବା ଚିଠି ରେ ଉଲ୍ଲେଖ କରା ଯାଇଛି । ନିଜେ ଘଟଣାସ୍ଥଳକୁ ନ ଯାଇ ACF ସୂର୍ଯ୍ୟକାନ୍ତ ବେହେରାଙ୍କୁ ତଦନ୍ତ ପାଇଁ ବାଲିଗୁଡା ଡିଏଫଓ ପଠାଇଥିଲେ । ଏଥିସହ ହାତୀ ମୃତ୍ୟୁର କାରଣ ନିର୍ଣ୍ଣୟ କରିବା ଓ ଅପରାଧୀଙ୍କୁ ଧରିବା ପାଇଁ କୌଣସି ପଦକ୍ଷେପ ବାଲିଗୁଡା dfo ନେଇ ନଥିବା ଚଠିରେ ଦର୍ଶାଯାଇଛି । ଗତ ଜାନୁଆରୀ ୫ ତାରିଖରେ ହାତୀ ମୃତ୍ୟୁ ପରେ ନିର୍ଦେଶାବଳୀ ଉଲ୍ଲଘଂନ କରି ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ, RCCF ଓ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦାଖଲ କରିନଥିବା କୁହା ଯାଇଛି ।
