ସୋରୋ : ଲାଞ୍ଚ ନେବା ବେଳେ ଧରାପଡିଲେ ସୋରୋ ତହସିଲଦାର । ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା ଭିଜିଲାନ୍ସ । ପଥର ଟ୍ରକ ରିଲିଜ୍ ପାଇଁ ଲାଂଚ ନେବେ ଧରିଲା ଭିଜିଲାନ୍ସ ଟିମ । ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କ ସହ ଜଣେ ଦଲାଲ ଦୟାନିଧି ଜେନାକୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ । ସୋର ପୌରପାଳିକା ପଠାଣମହଲା ଖାନ କଦ୍ରି (ଚିଣ୍ଟୁ) ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଚାରି ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ l ୫ ପଥର ଟ୍ରକ ଛାଡିବାକୁ ଟଙ୍କା ନେଲା ବେଳେ ମାଡି ବସିଲା ଭିଜିଲାନ୍ସ l
