ଭୁବନେଶ୍ୱର : ରାଜ୍ୟରେ ୪ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ୟୁନିଭରସିଟି । ପାରାଦୀପ ଓ ବଲାଙ୍ଗିରରେ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବ । ଏସସିବି ଓ ଭୀମସାରର ଉନ୍ନତୀକରଣ କାର୍ଯ୍ୟ କରାଯିବ । SCB ପାଇଁ ୧ ହଜାର କୋଟି, ଭୀମସାର ପାଇଁ ୬୦୦ କୋଟି ବ୍ୟବସ୍ଥା । ବଜେଟରେ SCB ପାଇଁ ୧ ହଜାର କୋଟି, ଭୀମସାର ପାଇଁ ୬୦୦ କୋଟି ବ୍ୟବସ୍ଥା କରାଯାଇଛି । ସରକାରୀ ଚିକିତ୍ସା ସୁବିଧା ନଥିବା ଜିଲ୍ଲାରେ ହେଲଥ କେୟାର ଶିକ୍ଷା ବ୍ୟବସ୍ଥା ହେବ । ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର, କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ବର୍ଣ୍ଣ ୟୁନିଟ। ପିପିଲି ଟୋଲ ପ୍ଲାଜା ନିକଟରେ ପିପିଲି ଚାନ୍ଦୁଆ ବଜାର ନିର୍ମାଣ କରାଯିବ ।
ହଟିଲା ପ୍ରଫେସନାଲ ଟ୍ୟାକ୍ସ। ବଜେଟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୨୦୨୬ ଏପ୍ରିଲରୁ ପେଶା ବା ବୃତ୍ତି ଉପରେ କଟା ଯାଉଥିବା ଟିକସ୍ ପ୍ରତ୍ୟାହାର ହେବ। ଟିକସ୍ ପ୍ରତ୍ୟାହାର କରିବାକୁ ବିଭିନ୍ନ ସଂଗଠନ ଦାବି କରି ଆସୁଥିଲେ। ପ୍ରାକ୍ ବଜେଟ୍ ବୈଠକରେ ମଧ୍ୟ ଏହି ଦାବି ଉଠିଥିଲା। ଏହାକୁ ବିଚାରକୁ ନେଇ ଟିକସ୍ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର। ଏହା ଦ୍ବାରା ରାଜ୍ୟ ବାର୍ଷିକ ପ୍ରାୟ ୩୨୦ କୋଟି ଟଙ୍କାର ରାଜସ୍ବ ହରାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
