ନୂଆଦିଲ୍ଲୀ :ନୂଆଦିଲ୍ଲୀ ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଇଣ୍ଡିଆନ ମିଡ଼ିଆ କଂଗ୍ରେସ (ଆଇଏମସି) ଓ ଅର୍ଗନାଇଯେଶନ ଅଫ ୟୁନାଇଟେଡ ୱର୍କିଂ ଜର୍ଣାଲିଷ୍ଟସ (ଓୟୁଡବ୍ଲ୍ୟୁଜେ) ପକ୍ଷରୁ ଆୟୋଜିତ ୨ୟ ବାର୍ଷିକ ସମ୍ମେଳନର ଦ୍ୱିତୀୟ ଦିବସରେ “ବିକଶିତ ଓଡ଼ିଶା ୨୦୩୬” ଶୀର୍ଷକ ଉପରେ ସମ୍ମାନିତ ଅତିଥିମାନେ ଆଲୋକପାତ କରିଥିଲେ.
ଗଭୀର ଉତ୍ସାହ ଓ ଉଦ୍ଦୀପନାର ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରା ଯିବାପରେ, IMC ର ମୁଖ୍ୟ ଉପଦେଷ୍ଟା ପବିତ୍ର ମୋହନ ସାମନ୍ତରାୟ ନିମନ୍ତ୍ରିତ ଅତିଥି ତଥା ମୁଖ୍ୟ ବକ୍ତାଙ୍କର ପରିଚୟ ପ୍ରଦାନ କରିଥିଲେ ।

କାର୍ୟକ୍ରମରେ ଭାରତୀୟ ଆବହାବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଡ଼ା. ମୃତ୍ୟୁଞ୍ଜୟ ମହାପାତ୍ର ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଭାରତ ସରକାରଙ୍କ ପୂର୍ବତନ ପ୍ରଧାନ ମହାନିର୍ଦ୍ଦେଶକ (ପ୍ରେସ ସୂଚନା ବ୍ୟୁରୋ) ଶ୍ରୀ କୁଲଦୀପ ସିଂହ ଧତୱାଲିଆ, କେରଳ ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ ଡ଼ା. ସଞ୍ଜୀବ ପଟ୍ଟଜୋଶୀ ଓ ସୁପ୍ରିମ କୋର୍ଟର ଜ୍ୟେଷ୍ଠ ଆଇନଜୀବୀ ଶ୍ରୀ ରାଧେଶ୍ୟାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଅତିଥିମାନେ “ବିକଶିତ ଓଡ଼ିଶା ୨୦୩୬” ଶୀର୍ଷକ ଉପରେ ଆଲୋକପାତ କରି ସାମାଜିକ-ଆର୍ଥିକ ପରିବର୍ତ୍ତନରେ ଗଣ ମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ଅତିଥିମାନେ ଦାୟିତ୍ୱଶୀଳ ସାମ୍ବାଦିକତା, ନୀତିଶାସ୍ତ୍ରମୂଳକ ପ୍ରତିବେଦନ ଓ ସୌହାର୍ଦ୍ୟପୂର୍ଣ୍ଣ ସମ୍ପୃକ୍ତତା ମାଧ୍ୟମରେ ୨୦୩୬ ସୁଦ୍ଧା ଏକ ପ୍ରଗତିଶୀଳ ଓ ବିକଶିତ ଓଡ଼ିଶା ଗଠନର ଆହ୍ୱାନ ଦେଇଥିଲେ।

ଓଡ଼ିଶା ସହ ଅନ୍ୟାନ୍ୟ ରାଜ୍ୟରୁ ଶତାଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ପ୍ରତିନିଧିଙ୍କୁ ଟ୍ରଫି, ବ୍ୟାଗ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ସମ୍ମିଳନୀରେ ଡ଼ା. ପବିତ୍ର ମୋହନ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସ ସଂଗଠନର ବିଭିନ୍ନ କାର୍ୟକଳାପ ଓ ଭବିଷ୍ୟତ ରୂପରେଖା ବିଷୟରେ ଆଲୋଚନା କରିଥିଲେ। ଉପାଧ୍ୟକ୍ଷ ଶ୍ରୀ ରାଜନୀକାନ୍ତ ସାମନ୍ତରାୟ ସଂଗଠନାତ୍ମକ ପ୍ରତିବେଦନ ପ୍ରସ୍ତୁତ କରିଥିବାବେଳେ ସାଧାରଣ ସଚିବ ଶ୍ରୀ ପ୍ରଦ୍ୟୁମ୍ନ ଦାସ କାର୍ୟକ୍ରମକୁ ସୁଚାରୁ ଭାବେ ସମନ୍ୱୟ କରିଥିଲେ। ଏଥିରେ କୋଷାଧ୍ୟକ୍ଷ ଶ୍ରୀ ପ୍ରସନ୍ନ ପୃଷ୍ଟି ଓ ଶ୍ରୀ ରଜନୀ ଜଗଦେବ ସହଯୋଗ କରିଥିଲେ।
ସମ୍ପାଦକ ଶ୍ରୀ ହିମାତ ଓ ଜ୍ୟେଷ୍ଠ ସଦସ୍ୟ ଶ୍ରୀ କମଳାକାନ୍ତ ଦାସ ସାମ୍ବାଦିକମାନଙ୍କ ବୃତ୍ତିଗତ ସୁରକ୍ଷା ଓ କଳ୍ୟାଣ ସମସ୍ୟା ସମ୍ବନ୍ଧରେ ମତପ୍ରକାଶ କରିଥିଲେ।
ଶେଷରେ ଜ୍ୟେଷ୍ଠ ସଦସ୍ୟ ଶ୍ରୀ ପ୍ରଭାତ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ।
ମିସ୍ ଆକାଂକ୍ଷାଙ୍କ ଦ୍ୱାରା ସୁଚାରୁ ଭାବେ ସଂଚାଳିତ ଏହି କାର୍ଯ୍ୟକ୍ରମ ସୁନ୍ଦର ଓ ସାର୍ଥକ ଭାବେ ସମାପ୍ତ ହୋଇଥିଲା।
