ନୂଆଦିଲ୍ଲୀ ( ପି ଏନ ):
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୂଖତାର ଅବ୍ବାସ ନକଭୀଙ୍କ ଉପସ୍ଥିତିରେ ଇଣ୍ଡିଆନ ମିଡିଆ କଂଗ୍ରେସର ବାର୍ଷିକ ସମ୍ମିଳନୀ ଉଦଘାଟିତ
ଇଣ୍ଡିଆନ ମିଡିଆ କଂଗ୍ରେସ ଓ ଅର୍ଗାନାଇଯେଶନ ଅଫ ୟୁନାଇଟେଡ ୱାର୍କିଂ ଜର୍ଣାଲିଷ୍ଟ (OUWJ) ଙ୍କ ଆୟୋଜନାରେ ଦ୍ୱିତୀୟ ଜାତୀୟ ମିଡିଆ କନ୍କ୍ଲେଭ୍ ଶୁକ୍ରବାର, ଫେବୃଆରୀ ୨୦, ୨୦୨୬ ତାରିଖରେ ନୂଆଦିଲ୍ଲୀସ୍ଥିତ Constitution Club of India ରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଲୋକତନ୍ତ୍ରକୁ ସୁଦୃଢ କରିବା ସହ ରାଷ୍ଟ୍ର ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ସ୍ପଷ୍ଟତା, ଦାୟିତ୍ୱବୋଧ ଓ ସଚେତନ ଜନଚର୍ଚ୍ଚା ସୁନିଶ୍ଚିତ କରିବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ କାର୍ଯ୍ୟମନ୍ତ୍ରୀ Mukhtar Abbas Naqvi ଏହି ଗାଲା କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

IMC ର ମୁଖ୍ୟ ପରାମର୍ଶଦାତା ଡା. ପବିତ୍ର ମୋହନ ସାମନ୍ତରାୟ ସଭାରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସଂଗଠନର ଅଧ୍ୟକ୍ଷ ସଞ୍ଜୟ ଦାସ, ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ, ସାଧାରଣ ସଚିବ ପ୍ରଦ୍ୟୁମ୍ନ ଦାଶ, କୋଷାଧ୍ୟକ୍ଷ ପ୍ରସନ୍ନ ପୃଷ୍ଟିଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ଏହି କନ୍କ୍ଲେଭ୍ରେ ଗଣମାଧ୍ୟମ ଶିଳ୍ପ ସମ୍ମୁଖୀନ ଅନୁସାମୟିକ ବିଷୟଗୁଡିକୁ ନେଇ ଆଲୋଚନା ହୋଇଥିଲା ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କ ହିତ ସୁରକ୍ଷା ଓ କଳ୍ୟାଣ ପ୍ରତି IMC ଓ OUWJଙ୍କ ଅଙ୍ଗୀକାର ପୁନରୁଚ୍ଚାର କରାଯାଇଥିଲା।
