କନ୍ଧମାଳ: ମାର୍ଚ୍ଚ ୩୧ ଡେଡ୍ ଲାଇନ । ତା ପୂର୍ବରୁ ସମସ୍ତ ନକ୍ସଲ ହିଂସା ଛାଡ଼ି ଆତ୍ମସମର୍ପଣ କରନ୍ତୁ । କନ୍ଧମାଳରୁ ଆହ୍ବାନ ଦେଲା ପୋଲିସ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଗତକାଲି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅର୍ନ୍ତଗତ ନନ୍ଦା ବାଲି ସଂରକ୍ଷିତ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର ହୋଇଥିଲା । ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଥିଲେ।
ଘଟଣା ସ୍ଥଳରୁ ଏକେ- ୪୭ ରାଇଫଲ ସମେତ ବିପୁଳର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି । ନିହତ ମାଓବାଦୀଙ୍କ ମଧ୍ୟରେ ଅଛି ଏରିଆ କମିଟି ମେମ୍ବର ଯୋଗେଶ। ତା ମୁଣ୍ଡରେ ୨୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଳା। ଯୋଗେଶର ଘର ଛତିଶଗଡ଼ ସୁକୁମା ଅଞ୍ଚଳରେ। ଅନ୍ୟ ନିହତ ମାଓବାଦୀ ପଦ୍ମା ପାର୍ଟି। ତା ମୁଣ୍ଡରେ ମଧ୍ୟ ୧୧ ଲକ୍ଷ ଟଙ୍କା ଥିଲା ।
