ପୁରୀ : ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ମାର୍ଚ୍ଚ ୩ତାରିଖ ରାତି ୮ରୁ ସାଢେ ୯ଟା ମଧ୍ୟରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ରାତ୍ରି ଗୋଟାଏରୁ ଦ୍ଵାର ଫିଟା ଯାଇ ବିଭିନ୍ନ ନୀତିକାନ୍ତି ହେବ। ସକାଳ ୬ଟା ସୁଦ୍ଧା ଠାକୁରମାନେ ବିମାନରେ ବିଜେ କରିବେ । ଚଳିତ ବର୍ଷ ଭକ୍ତ ମନେ ମହାପ୍ରଭୁଙ୍କ ସୁନା ବେଶ ଦିନ ପରିବର୍ତ୍ତେ ରାତିରେ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ମାର୍ଚ୍ଚ ୧ ଓ ୨ ତାରିଖରେ ଶୃଙ୍ଖଳିତ ଦର୍ଶନ ନୀତି ଲାଗି ହେବ ।
