ଭୁବନେଶ୍ୱର : ୧୯ ଘଣ୍ଟା ପରେ ନିଆଁ ଆୟତ୍ତ । ଲିଙ୍ଗିପୁର ସୁପର ମାର୍ଟରେ ଅଗ୍ନିକାଣ୍ଡକୁ ଶେଷରେ ଆୟତ୍ତ କଲା ଅଗ୍ନିଶମ ବାହିନୀ । କିନ୍ତୁ ଏବେବି ସମ୍ପୂର୍ଣ୍ଣ ନିଆଁ ଲିଭିଲନଥିବା ସୂଚନା । ଗତକାଲି ରାତି ୧୦ଟାରୁ ନିଆଁ ଲାଗିଛି । ଦୀର୍ଘ ଘଣ୍ଟା ଧରି ନିଆଁ ଲାଗିବାରୁ ପାଖାପାଖି ୫ କୋଟିର ସାମଗ୍ରୀ ଜଳିପୋଡ଼ି ଯାଇଥିବା କହିଛନ୍ତି ସୁପର ମାର୍ଟ ମାଲିକ । ମଲ୍ ରେ ପ୍ଲାଷ୍ଟିକ ଓ ଦାହ୍ୟ ସାମଗ୍ରୀ ଅଧିକ ଥିବାରୁ ନିଆଁ ଦ୍ରୁତଗତିରେ ପ୍ରସାରିତ ହୋଇଥିଲା । ଘଟଣାସ୍ଥଳରେ ଏବେବି ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । କେମିତି ଓ କେଉଁ କାରଣରୁ ଏହି ନିଆଁ ବ୍ୟାପିଲା, ସମ୍ପୂର୍ଣ୍ଣ ଘଟଣାକୁ ନେଇ ମଲ୍ ମାଲିକ ସୁବାଷ ଚନ୍ଦ୍ର ଜଗତି ତଥ୍ୟ ଦେଇଛନ୍ତି ।
