ନୂଆଦିଲ୍ଲୀ, ମାର୍ଚ୍ଚ ୧୧: ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ଓଡ଼ିଶାର ଯାଜପୁର ଲୋକସଭା ମଣ୍ଡଳୀର ସାଂସଦ ଡ଼ଃ ରବିନାରାୟଣ ବେହେରାଙ୍କୁ “ଦାଦାସାହେବ ଫାଲକେ ଗୋଲ୍ଡ ଆୱାର୍ଡ (Dadasaheb Phalke Gold Award for MPs & Ministers)” ପ୍ରଦାନ କରାଯାଇଛି।

ତାଙ୍କର ସଂସଦୀୟ କ୍ଷେତ୍ରରେ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ କରିଥିବା ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଆସାମର ପୂର୍ବତନ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସେହିପରି ଅନେକ ସାଂସଦ, ବିଧାୟକ, ଫିଲ୍ମ ପ୍ରଯୋଜକ ଓ ପ୍ରସିଦ୍ଧ ସେଲିବ୍ରିଟିମାନେ ଅନୁଷ୍ଠାନରେ ଯୋଗଦେଇଥିଲେ।
ଏହି ସମ୍ମାନ ପାଇବା ପରେ ଡ଼ଃ ବେହେରା କହିଥିଲେ ଯେ, ତାଙ୍କର ସଂସଦୀୟ କ୍ଷେତ୍ରର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନର ଉନ୍ନତି ପାଇଁ ଆଗାମୀ ଦିନରେ ଆହୁରି ଅଧିକ ଉତ୍ସାହ ସହ କାମ କରିବାକୁ ଏହି ପୁରସ୍କାର ପ୍ରେରଣା ଦେବ।
ସେ ଏହି ସମ୍ମାନ ପ୍ରଦାନ କରିଥିବା “ଦାଦାସାହେବ ଫାଲକେ ଆଇକନ୍ ଆୱାର୍ଡ ଫିଲ୍ମ ଅର୍ଗାନାଇଜେସନ୍” ଓ ଏହା ସହ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଡ଼ଃ ବେହେରା ଏହି ସମ୍ମାନକୁ ତାଙ୍କର ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ଉତ୍ସର୍ଗ କରିଥିବା ସହ ତାଙ୍କର ଆଶୀର୍ବାଦ ଓ ସହଯୋଗ ଆଗାମୀ ଦିନରେ ଜନସେବାରେ ଆହୁରି ପ୍ରେରଣା ମିଳିବ
