ଭୁବନେଶ୍ୱର : ଧରାପଡ଼ିଲା ୧୦ କୋଟି ଠକେଇର ଠକ। ଦୁବାଇ ଖସିଯିବାକୁ ଉଦ୍ୟମ ବେଳେ ଧରିଲା ପୋଲିସ । ଏୟାରପୋର୍ଟ ରୁ ନକଲି ସଫ୍ଟୱେର କମ୍ପାନି ମାଲିକ ଗିରଫ । ନକଲି ସଫ୍ଟୱେର କମ୍ପାନୀ ମାଲିକ ନାଁରେ ସେୟାର ବିକ୍ରି ଆଳରେ ଚୁନା ଲଗାଉଥିଲା । ଦୁବାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅନିଲକୁ ଗିରଫ କଲା ସହୀଦ ନଗର ଥାନା ପୋଲିସ ।
ଅନ୍ୟ କମ୍ପାନିକୁ ନିଜ କମ୍ପାନି କହି ନିବେଶକାରୀଙ୍କୁ ଠକୁଥିଲା । ଜଣେ ଜଣେ ବ୍ୟବସାୟୀଙ୍କ ଠାରୁ ୧୦ଲକ୍ଷ ଟଙ୍କା ଲେଖାଏଁ ଠକି ଛୁ ମାରୁଥିଲା । ସଫ୍ଟୱେର କମ୍ପାନୀର କଡ଼ରେ ଅଫିସ ଖୋଲି ନିବେଶକାରୀଙ୍କୁ ଭୁଆଁ ବୁଲାଉଥିଲା । ମାର୍କେଟ କ୍ରାଇସ ଆଳରେ ଟଙ୍କା ଫେରସ୍ତ ନ କରିବାକୁ ବାହାନା କରି ଶେଷରେ ଦୁବାଇ ଛୁ ମାରୁଥିବା ବେଳେ ଗିରଫ କରିଛି ସହୀଦନଗର ଥାନା ପୋଲିସ । ଏବେ ସବୁ ଦିଗରୁ ଖୋଳତାଡ଼ କରିବ ପୋଲିସ । ଫିଟିବ ଗୁମର ।
