ଚାନ୍ଦବାଲି : ଆର. ଆଇଙ୍କୁ ମାଡ଼ ମାରି ଯୁବକ ଗିରଫ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲର ଆର. ଆଇଙ୍କୁ ଗତକାଲି ମାଡ଼ ମାରିଥିଲେ ସୁବାସ ଦାସ । ଏହି ଘଟଣାରେ ପୋଲିସ ସୁବାସ ଦାସଙ୍କୁ ଗିରଫ ପରିଛି ପୋଲିସ । ବାଂଶଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ କାହିଁକି ଆର. ଆଇଙ୍କୁ ମାଡ଼ ମାରିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି ଆର. ଆଇ ନିଜ କ୍ଷମତାର ଅପବ୍ୟବହାର କରିବା ସହ ସୁବାସଙ୍କୁ ହଇରାଣ କରୁଥିଲେ ।
ସୋସିଆଲ ମେଡ଼ିଆରେ ନିଜର ମତ ରଖିଛନ୍ତି ମାଡ଼ ମାରିଥିବା ବ୍ୟକ୍ତି ସୁବାସ ଦାସ । ସାରଣା ଆର. ଆଇ ଜମିଜମା ସଂକ୍ରାନ୍ତରେ ବହୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ସୁବାସଙ୍କ ଶଶୁର ଘର ସମ୍ପତିକୁ ନେଇ ଚାନ୍ଦବାଲି ତହସିଲଦାରଙ୍କୁ ମଧ୍ୟ ଜଣାଇଥିଲେ । ବାରମ୍ବାର ଆର. ଆଇ ତାପସ ଜେନାଙ୍କୁ ଜଣାଇଥିଲେ ।
କଟି ଯାଇଥିବା ନାଁ ଯୋଡି ଦେବାକୁ କହି ବାରମ୍ବାର ସୁବାସକୁ ଅଫିସକୁ ଡାକି ହଇରାଣ କରିବା ସହ ନାଁ ଯୋଡ଼ିନଥିଲେ । ୧୭ ତାରିଖରେ ଅପରାହ୍ନ ସମୟରେ ଏହାକୁ ନେଇ ସୁବାସ ଓ ଆର. ଆଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ସୁବାସ ଉତକ୍ଷିପ୍ତ ହୋଇ ଆର. ଆଇଙ୍କୁ ମାଡ଼ ମାରିଥିଲେ।
