ବାଲୁଗାଁ : ଚିଲିକାରେ ମାଛ ଧରୁଥିବା ସମୟରେ ପାଣିରେ ପଡି ମତ୍ସ୍ୟଜୀବୀ ମୃତ । ମୃତକ ହେଲେ ବାଲୁଗାଁ ଥାନା ଅନ୍ତର୍ଗତ ଚଦ୍ରାପୁଟ ଗ୍ରାମର ରାମ ଚନ୍ଦ୍ର କେଇ, ବୟସ ୫୫ ବର୍ଷ । ଆଜି ସକାଳେ ବାଲୁଗାଁ ନିକଟସ୍ଥ କଳିଯୁଗେଶ୍ୱର ପାହାଡ଼ ନିକଟ ଚିଲିକାରେ ଗ୍ରାମର କିଛି ମତ୍ସ୍ୟଜୀବୀମାନଙ୍କ ସହିତ ଡଙ୍ଗାରେ ରହି ମାଛ ଧରୁଥିଲେ । ଜାଲ ଭିଡୁଥିବା ସମୟରେ ଅସାବଧାନତା ଯୋଗୁଁ ଚିଲିକା ପାଣିରେ ପଡିଯାଇଥିଲେ । ବହୁ ଖୋଜା ଖୋଜି ପରେ ସାଙ୍ଗରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ରାମଙ୍କୁ ଚିଲିକା ପାଣିରୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ରେ ଭର୍ତ୍ତି କରାଇଥିଲେ, ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇଁ ନାଭାଲ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ପରିବାରରେ କାନ୍ଦ ବୋବାଳି ପଡିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି ।
