ପୁରୀ : ଆସନ୍ତାକାଲି ଠାରୁ ପୁଣି ରତ୍ନଭଣ୍ଡାର ଗଣତିମଣତି । ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା SOP ଆଧାରରେ ଗତ ମାସ ୨୫ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଛିତ ଥିବା ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ବାହାର ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ଆସନ୍ତାକାଲି ମଧ୍ୟ ବାହାର ରତ୍ନଭଣ୍ଡାର ଗଣତିମଣତି ହେବ ।
ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହୋଇ ଏପ୍ରିଲ ୧୧ ଯାଏଁ ଚାଲିବ । ପରେ ଏପ୍ରିଲ ୧୩ ଏବଂ ଏହା ପରେ ଏପ୍ରିଲ ୧୬ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ଚାଲୁ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଅବ୍ୟାହତ ରଖାଯିବ। ଏହି ସମୟରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ । ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ପୂର୍ବରୁ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି । ପୂର୍ଣ୍ଣ ସହଯୋଗ ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
