ଭୁବନେଶ୍ୱର : ୫ ବିଭାଗର ୧୧ ପ୍ରସ୍ତାବକୁ ମୋହର । ଜଳସଂପଦ ବିଭାଗର ୫ଟି ଟେଣ୍ଡରକୁ ଅନୁମୋଦନ । ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପାନୀୟଜଳ ପରିଚାଳନା ଓ ରକ୍ଷଣାବେକ୍ଷଣ ନୀତିକୁ ମଞ୍ଜୁରୀ । ୩ ,୪୦୦ କୋଟିର ଅଟକଳ ବସଷ୍ଟାଣ୍ଡ ଯୋଜନାକୁ ଅନୁମୋଦନ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନୀତି ଆଣିଲେ ରାଜ୍ଯ ସରକାର ।
ଏହାକୁ ରାଜ୍ଯ କ୍ୟାବିନେଟରେ ଆଜି ଅନୁମୋଦନ ମିଳିଛି। ଏହି ନୀତି ଅନୁସାରେ ପାନୀୟଜଳ ପ୍ରକଳ୍ପ ସରିବା ପରେ ତାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି। ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କଣ ଦାୟିତ୍ୱ ରହିବ, ମନିଟରିଙ୍ଗ କେମିତି ହେବ, କେତେ ଟଙ୍କା ଦିଆଯିବ ସବୁ କିଛି ନୀତିରେ ସ୍ଥିର କରାଯାଇଛି।
ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ଵସଷ୍ଟାଣ୍ଡ ଓଏସ୍ଆରଟିସି ସମନ୍ୱୟରେ କରାଯିବ। ଏହା ସହ ଶ୍ରମ ବିଭାଗର ଚାକିରୀ ସର୍ତ୍ତବଳିରେ ସଂଶୋଧନ, କ୍ୟାଡର ରୁଲ ପରିବର୍ତ୍ତନ ୩ଟି ପ୍ରସ୍ତାବ ପାରିତ ହୋଇଛି। ୫ଟି ବିଭାଗର ସମୁଦାୟ ୧୧ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ ମୋହର ଲାଗିଛି।
