ଭୁବନେଶ୍ବର : ମଦ ଖଟିକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ । ଯେଉଁଠି ଲୁଚା ଚୋରାରେ ଭାବେ ମଦ ଖଟି ଗଢି ଉଠିବ ତାକୁ ମାଟିରେ ମିଶାଇ ଦିଆଯିବ । ଏମିତି ନିଷ୍ପତ୍ତି ପରେ ଏବେ ଭୁବନେଶ୍ବରର ଏକ ମଦ ଖଟି ଉପରେ ଚଢ଼ିଲା ବୁଲଡୋଜର । ଭୁବନେଶ୍ବର ଲିଙ୍ଗରାଜ ଥାନା ବରୁଣେଶ୍ବର ମନ୍ଦିର ପାଖରେ ମଦ ଖଟି ମାଟିରେ ମିଶିଲା । ସରକାରୀ ଜାଗାରେ ଚା’ ଦୋକାନ ଆଳରେ ଚାଲିଥିଲା ମଦ ବିକ୍ରି ।
ମଦ ଖଟି ଯୋଗୁ ଅପରାଧିକ ତତ୍ତ୍ବ ବଢ଼ୁଥିଲା । ଗଣ୍ଡଗୋଳ ସହ ଅପରାଧିକ କାର୍ଯ୍ୟ ବଢ଼ୁଥିବାରୁ ଉଛେଦ କଲା ପ୍ରଶାସନ । ଗତକାଲି ସେହି ସ୍ଥାନରେ ମଦ୍ୟପାନ କରି ହଣାହଣି ହୋଇଥିଲା । ଧଉଳିର ବିଭୁ ସାହୁଙ୍କୁ ହାଣି ଦେଇଥିଲେ କିଛି ନିଶାଡି । ଲୋକେ ସେହି ବାଟ ଦେଇ ଯିବାକୁ ଭୟ କରୁଥିଲେ । ଅସାମାଜିକ ଯୁବକ ବସି ଆଡ୍ଡା ଜମାଉଥିଲେ । ଅସାମାଜିକଙ୍କ ଆଡ୍ଡା ଉପରେ ପୋଲିସ ଆରମ୍ଭ କରିଛି ଆକ୍ସନ । ବିଏମସି ସହ ମିଳିତ ଭାବେ ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ଲିଙ୍ଗରାଜ ଥାନା ପୋଲିସ ପକ୍ଷରୁ ହେଉଛି ଉଛେଦ ।
